Home Breaking News ନଜର ପକାନ୍ତୁ ଦିନ ତମାମ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦିନ ତମାମ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment


➡️୧-ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ର ସଫ୍ଟ ଲ୍ୟାଣ୍ଡି କରି ଇତିହାସ ରଚିଲା ଭାରତ I ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଛୁଟିଲା ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ l

➡️୨-ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଡକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ସେହିପରି ୧୨୪ଟିର ହେଲା ଶିଳାନ୍ୟାସ୍ l ଉପକୃତ ହେବେ ୨ କୋଟି ଲୋକ l

➡️୩-ଏଣିକି ବର୍ଷକୁ ଦୁଇ ଥର ହେବ ବୋର୍ଡ ପରୀକ୍ଷା, ଶ୍ରେଷ୍ଠ ସ୍କୋର ବଜାୟ ରଖିପାରିବେ ଛାତ୍ରଛାତ୍ରୀ l କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାରି କଲା ନୂତନ ପାଠ୍ୟକ୍ରମ ଢାଞ୍ଚା l

➡️୪-ୟୁଟ୍ୟୁବରେ ରେକର୍ଡ ଭାଙ୍ଗିଲା ଚନ୍ଦ୍ରଯାନ-୩, ଦେଖିଲେ ୮୫ ଲକ୍ଷ ଲୋକ l ଏହା ଏକ ବିଶ୍ବରେକର୍ଡ । ଏହା ପୂର୍ବରୁ ବ୍ରାଜିଲ ବନାମ୍ କ୍ରୋଏସିଆ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂକୁ ପ୍ରାୟ ୬୧ ଲକ୍ଷ ଲୋକ ଦେଖିଥିଲେ ।

➡️୫-ଏଣିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଲଟିବ ନାଇଟ୍ ଆଉଟେଡ୍ ଜୁ’ । ରାତିରେ ବି ପର୍ଯ୍ୟଟକଙ୍କ ଲାଗି ଖୋଲା ରହିବ ରାଜ୍ୟର ଏ ସର୍ବବୃହତ୍ ଚିଡ଼ିଆଖାନା । ଏ ନେଇ ଦାଖଲ ହେଲା ଜୁ’ ଅଥରିଟିକୁ ମାଷ୍ଟର ପ୍ଲାନ୍ l

➡️୬-ବାଲିପାଟଣା : ଭିଙ୍ଗାରପୁରରେ 5 T ସଚିବଙ୍କ ଜନଶୁଣାଣି, ୭ ଦିନରେ ସବୁ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି l

➡️୭-ଆସନ୍ତା ଜାନୁଆରିରେ ପାରାଦୀପରେ ଆର୍ସେଲର ମିତ୍ତଲ କାରଖାନାର ହେବ ଶିଳାନ୍ୟାସ l ଏ ନେଇ ଜଣେ ସରକାରୀ ଅଧିକାରୀ ଦେଲେ ସୂଚନା l

➡️୮-ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ରାଉରକେଲା-କୋଲକାତା ବିମାନସେବା l ସପ୍ତାହରେ ୪ ଦିନ ମିଳିବଏହି ସେବା l

➡️୯-ଆଗାମୀ ଖରିଫ ବିପଣନ ଋତୁରେ ସାରା ଦେଶରେ ୫୨୧.୨୭ ଲକ୍ଷ ଟନ୍ ଚାଉଳ ସଂଗ୍ରହ କରାଯିବ l ସେଥିମଧ୍ୟରୁ କେବଳ ଓଡ଼ିଶାରୁ ଆଗାମୀ ୨୦୨୩-୨୪ ଖରିଫ୍ ଋତୁରେ ୪୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ କିଣିବେ କେନ୍ଦ୍ର ସରକାର l

➡️୧୦-୧୨ ଦିନରେ ୪୦୦ କୋଟି ଟଙ୍କାର ବେପାର କରି ସାରିଲାଣି ଫିଲ୍ମ ’ଗଦର-୨’, ଖୁବ୍ ଶୀଘ୍ର ଛୁଇଁବ ୫୦୦ କୋଟି l

➡️୧୧-ଓଡ଼ିଶାରେ ସୋଆକୁ ପ୍ରଥମ ୫ ଜି କ୍ୟାମ୍ପସ ଭାବେ ହେଲା ଘୋଷଣା l ସେପଟେ ୩୮୭ ଜିଲ୍ଲାରେ ଲାଗିଲାଣି ୫ଜି ଟାଓ୍ବାର, ୨୦୨୪ ସୁଦ୍ଧା ପୂରା ଦେଶରେ ମିଳିବ ସେବା, ଏ ନେଇ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଲେ ସୂଚନା l

➡️୧୨-ଦିଲ୍ଲୀରେ ଘୋଷଣା ହେଲା ସାର୍ବଜନିକ ଛୁଟି, ସେପ୍ଟେମ୍ବର ୮ରୁ୧୦ ତାରିଖ ରାଜଧାନୀରେ ସ୍କୁଲ , ବ୍ୟାଙ୍କ ଏହଂ ଦୋକାନ ବନ୍ଦ l ଜି୨୦ ସମ୍ମିଳନୀ ପାଇଁ ହେଲା ଛୁଟି ଘୋଷଣା l

➡️୧୩-ଦୀର୍ଘ ୭ ବର୍ଷ ପରେ ଚିନି ରପ୍ତାନୀରେ ବ୍ୟାନ୍ ଲଗାଇପାରେ ଭାରତ: ଆଖୁ ଉତ୍ପାଦନ ହ୍ରାସ ହେବା ପାରେ ବଢ଼ାଇଲା ଚିନ୍ତା l

➡️୧୪-ଦକ୍ଷିଣ ଆଫ୍ରିକାରୁ ଇସ୍ରୋ ମୁଖ୍ୟଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ l କହିଲେ, ଆପଣଙ୍କୁ ଆଉ ଆପଣଙ୍କ ଟିମକୁ ଶୁଭେଚ୍ଛା l

➡️୧୫-ଚନ୍ଦ୍ରୟାନ ୩ର ସଫଳ ଲ୍ୟାଣ୍ଡିଂ ପରେ ଖୁବଶୀଘ୍ର ଆରମ୍ଭ ହେବ ନୂଆ ମିଶନ : ଚନ୍ଦ୍ର ପରେ ଏବେ ସୂର୍ଯ୍ୟ-ଶୁକ୍ରକୁ ଯିବାକୁ ପ୍ରସ୍ତୁତ ହେବ ଭାରତ l

➡️୧୬-ବ୍ରିକ୍ସ ସମ୍ମିଳନୀର ମଞ୍ଚରେ ତଳେ ପଡ଼ିଥିବା ତ୍ରିରଙ୍ଗାକୁ ଉଠାଇ ପକେଟରେ ରଖିଲେ ମୋଦୀ l ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି l

➡️୧୭-ଅନାହାର ଯୋଗୁ ସୁଦାନରେ ପ୍ରାୟ ୫୦୦ ପିଲାଙ୍କ ହେଲା ମୃତ୍ୟୁ l ଗୃହଯୁଦ୍ଧ ଯୋଗୁ ସୁଦାନରେ ଅନେକ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରୁଥିବା କାରଖାନାକୁ ପୋଡି ଦିଆଯାଇଛି । ଫଳରେ ସେଠାରେ ଉତ୍ପାଦନ ସମ୍ଭବ ହୋଇପାରୁନାହିଁ ।

➡️୧୮-ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଗତକାଲି ଅନୁଷ୍ଠିତ ହେବାକୁ ଥିବା ୩ୟ ଟି-୨୦ ମ୍ୟାଚରେ ବର୍ଷା ସାଜିଲା ବାଧକ l ୨-୦ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ, ବର୍ଷା ପାଇଁ ତୃତୀୟ ମ୍ୟାଚ୍ ହେଲା ବାତିଲ l

➡️୧୯-ଆସନ୍ତା ଅକ୍ଟୋବର ମାସ ୫ ତରିଖରୁ ନଭେମ୍ବର ମାସ ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଏ ନେଇ ଆଜିଠାରୁ ଆରମ୍ଭ ହେବ ଟିକେଟ ବିକ୍ରି l

➡️୨୦-ଦିନିକିଆ ବିଶ୍ବକପ୍‌ ପୂର୍ବରୁ ଇଂଲଣ୍ଡ, ନେଦରଲାଣ୍ଡ୍ସ ସହ ୱାର୍ମ ଅପ୍‌ ଖେଳିବ ଭାରତ: ‘ବୁକ୍‌ ମାଇଁ ସୋ’ରେ ଟିକେଟ୍‌ ବୁକିଂ l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc