ନିରପେକ୍ଷ ବ୍ୟୁରୋ:ପାଖେଇ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଆଉ ହାତରେ ବାକି ଦିନ କେଇଟା ।ଭାଇ ହାତରେ ସ୍ନେହ ସୁରକ୍ଷା ର ରାକ୍ଷୀ ବାନ୍ଧିବ ଭଉଣୀ।। ଭାଇ ଭଉଣୀର ମଙ୍ଗନକାମନା କରିଥାଏ । ତେବେ ଚଳିତ ବର୍ଷ କେଉଁଦିନ ରକ୍ଷାବନ୍ଧନ? ଏମିତି ଏକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଠିଛି । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ପଡ଼ିଥିବାରୁ ରକ୍ଷାବନ୍ଧନକୁ ନେଇ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ । ଅଗଷ୍ଟ ୩୦ରେ ରକ୍ଷା ବନ୍ଧନ ନାଁ ୩୧ରେ । ଏହି ଦୁଇଦିନକୁ ନେଇ ଦ୍ବନ୍ଦରେ ଥିବାବେଳେ ଜ୍ୟୋତିଷମାନେ ନିଜର ମତ ଦେଇଛନ୍ତି ।
