ନିରପେକ୍ଷ ବ୍ୟୁରୋ : ଏଣିକି ରାତିରେ ବି ବୁଲିପାରିବେ ଚିଡିଆଖାନା ଆଉ ଦେଖିବେ ନିଜର ପ୍ରିୟ ପଶୁପକ୍ଷୀ ଙ୍କୁ । ପର୍ଯ୍ୟଟକଙ୍କ ପାଇଁ ଆହୁରି ହେଲା ସୁବିଧା । ଏଣିକି ଦିନରେ ବୁଲିବା ସହ ରାତିରେ ବି ବୁଲିବାର ମଜା ଉଠାପାରିବେ ପର୍ଯ୍ୟଟକ । ଆମେ କହୁଛୁ ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ କଥା । ଆଗକୁ ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ସେଣ୍ଟ୍ରାଲ ଜୁ’ ଅଥରିଟିରେ ଦାଖଲ କରାଯାଇଥିବା ମାଷ୍ଟର ପ୍ଲାନରେ ରହିଛି ଏଭଳି ନୂଆ ବ୍ୟବସ୍ଥା ।
