Home news ଉଡ୍ରର ନିଆରା କାର୍ଯ୍ୟକ୍ରମ ଗିଫ୍ଟ ଏ ପ୍ଲାଣ୍ଟ୍ । ରାଜଧାନୀରେ ଉଡ୍ର ବାଣ୍ଟିଲା ୫ଶହ ବୃକ୍ଷ

ଉଡ୍ରର ନିଆରା କାର୍ଯ୍ୟକ୍ରମ ଗିଫ୍ଟ ଏ ପ୍ଲାଣ୍ଟ୍ । ରାଜଧାନୀରେ ଉଡ୍ର ବାଣ୍ଟିଲା ୫ଶହ ବୃକ୍ଷ

by Admin
0 comment

ନିରପେକ୍ଷ ବ୍ୟୁରୋ : ବୃକ୍ଷ ହିଁ ଜୀବନ । ହେଲେ ଏହା ଜାଣିମଧ୍ୟ କଟାଚାଲିଛି ଶହ ଗଛ । ଚାରିଆଡ଼େ ଏବେ କଙ୍କ୍ରିଟ୍ ଜଙ୍ଗଲ । ସବୁଠି ଶୁଭୁଛି ଗଛ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁର ନାରା । ହେଲେ ଏସବୁ ଜାଣି ବି ପ୍ରତିବର୍ଷ କଟାଯାଉଛି ଲକ୍ଷ ଲକ୍ଷ ଗଛ । କିଏ ଘର ପାଇଁ ଗଛ କାଟୁଛି ତ ପୁଣି କେଉଁଠି ସରକାରୀ କାର୍ଯ୍ୟାଳୟ ପାଇଁ କଟାଯାଉଛି ହଜାର ହଜାର ଗଛ । ଜଙ୍ଗଲ ଏବେ ପଦା ହେବାକୁ ବସିଲାଣି । ଯେଉଁଥିପାଇଁ ଏବେ ଏବେ ବିଭିନ୍ନ ପ୍ରକାର ଚର୍ମରୋଗ ସହ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଜୀବଗତକୁ ତିଷ୍ଠି ରହିବାକୁ ହେଲେ ଗଛଲତା, ନଦୀ, ସମୁଦ୍ର ଆଦି ନିତାନ୍ତ ଜୁରୁରୀ । ଯାହାକି ଜୀବଜଗତକୁ ଜୀବନଧାରଣ ନିମନ୍ତେ ଅମ୍ଳଜାନ, ଔଷଧ, ଖାଦ୍ୟ ଓ ବାସସ୍ଥାନ ଯୋଗାଇଆସିଛି । ହେଲେ ମଣିଷ ନିଜର ଲୋଭ ଓ ସ୍ୱାର୍ଥସାଧନ ପାଇଁ ଦିନକୁ ଦିନ ପ୍ରକୃତି ଓ ପରିବେଶ ଉପରେ ଦାଉ ସାଧୁଛି । ନିଜର ସ୍ୱାର୍ଥ ସାଧନ ନିମନ୍ତେ ଅବାଧ ଗଛକଟା ଯୋଗୁଁ ଦିନକୁ ଦିନ ବଢୁଛି ଗ୍ଲୋବାଲ ୱାର୍ମିଂର ପ୍ରଭାବ ।

ଏପରିକ୍ଷେତ୍ରରେ ଆଜି ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଡ୍ର ଚାରିଟେବଲ ଟ୍ରଷ୍ଟ୍ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗିଫ୍ଟ ଏ ପ୍ଲାଣ୍ଟ୍ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କୁ ୫ଶହ ପ୍ରକାର ବିଭିନ୍ନ ବୃକ୍ଷର ଚାରା ବଣ୍ଟନ କରାଯାଇଥିଲା । କେବଳ ସେତିକି ନୁହେଁ ଗିଫ୍ଟ ଏ ପ୍ଲାଣ୍ଟ୍ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବର୍ଷ ୧ଲକ୍ଷରୁ ଊର୍ଦ୍ଧ୍ୱ ଚାରା ବଣ୍ଟନ କରାଯାଉଛି ।

ରାଜ୍ୟର ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାମାନଙ୍କରେ ଚଳିତବର୍ଷ ୫ଲକ୍ଷରୁ ଅଧିକ ଚାରା ବଣ୍ଟନ କରାଯିବାର ଲକ୍ଷ୍ୟ ରହିଛି । ଏପରିକ୍ଷେତ୍ରରେ ବୃକ୍ଷରୋପଣର ବିଭିନ୍ନ ଉପକାରିତା ସମ୍ପର୍କରେ ପ୍ରଖ୍ୟାତ ଓଲିଉଡ୍ ଅଭିନେତା ଏବଂ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ କାର୍ଯ୍ୟକ୍ରମରେ ଯୋଗଦେବାବୃକ୍ଷ ବଣ୍ଟନ କରିବା ସହିତ ବୃକ୍ଷର ଉପକାରିତା ବିଷୟରେ ସଚେତନତା କରାଇଥିଲେ ଏବଂ ବୃକ୍ଷ ବଞ୍ଚିଲେ ଜୀବନ ବଞ୍ଚିବ ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ।

ସେହିପରି ଅବାଧ ଗଛକଟା ସହ କଳକାରଖାନା ଓ ଗାଡିମୋଟରର ଅହେତୁକ ସଂଖ୍ୟା ବୃଦ୍ଧି ଯୋଗୁଁ ପ୍ରଦୂଷିତ ହେବାରେ ଲାଗିଛି ପରିବେଶ । ସୃଷ୍ଟି ହେଉଛି ବିଷାକ୍ତ ଗ୍ୟାସ । ଯଦି ଗଛକଟାକୁ ରୋକାନଯାଏ ତେବେ ଆଗାମୀ ଯୁବପିଢୀ ଏକ ଭୟାବହ ପରିସ୍ଥିତିର ସମ୍ମୁଖୀନ ହେବ ।

ଏଭଳି ସ୍ଥିତିରୁ ବଞ୍ଚିବାକୁ ଆଜି ଉଡ୍ର ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏଭଳି ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଏଥିରେ ଆକାଶ ଦାସନାୟକଙ୍କ ସମେତ, ବିଶିଷ୍ଟ ସିନେ ଅଭିନେତ୍ରୀ ଉଷସୀ ମିଶ୍ର, ଅଭିନେତା ବୁଲୁ ଦାସ, ଦେବବ୍ରତ ଧୀରଙ୍କ ସମେତ ଅନୁଷ୍ଠାନର ସଭାପତି ଶମ୍ଭୁକଲ୍ୟାଣ ଦାସ, ଉପସଭାପତି ଡ. ସୂର୍ଯ୍ୟପ୍ରକାଶ ଏସ. ଚୌଧୁରୀ, ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଆଦିତ୍ୟ ଚୌଧୁରୀ , ଅସିତ୍ ମୁମାର ସାହୁ, ଅମୂଲ୍ୟ ସ୍ୱାଇଁ, ପୱନ ପାତ୍ରୋ, ଇପସିତା, ଅଜାତ୍‌, ଜୋଷିକା, ନଭନିତ୍‌, ଭାଗ୍ୟଧର ସାମଲ ଏବଂ କିଶୋର ଦାସ ପ୍ରମୁଖ ଯୋଗଦେଇ ଚାରା ବଣ୍ଟନ କରିବା ସହ ଏହାର ଉପକାରିତା ସମ୍ପର୍କରେ ଲୋକଙ୍କୁ ବୁଝାଇଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc