Home Breaking News ନଜର ପକାନ୍ତୁ ଦିନ ତମାମ ର ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦିନ ତମାମ ର ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment


➡️୧-ଆଜି ସନ୍ଧ୍ୟାରେ ଜହ୍ନରେ ଇତିହାସ ରଚିବ ଭାରତ । ମନ୍ଦିରଠୁ ନେଇ ମସଜିଦ୍ ଯାଏଁ ଚନ୍ଦ୍ରୟାନ-୩ର ସଫଳ ମନାସୁଛି ସାରା ଦେଶ । ଅବତରଣ ପୂର୍ବରୁ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଶେଷ ୧୯ ମିନିଟ୍ ଉପରେ ଇସ୍ରୋ ର ନଜର l

➡️୨-ଦକ୍ଷିଣ ଆଫ୍ରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ବିଜନେସ୍ ଫୋରମକୁ କଲେ ସମ୍ୱୋଧିତ l କହିଲେ ଭାରତ ଖୁବଶୀଘ୍ର ୫ ଟ୍ରିଲିୟନ ଡଲାରର ଅର୍ଥନୀତି ପାଲଟିବ । କେବଳ ଏତିକି ନୁହେଁ ଭାରତ ଆଗାମୀ ବର୍ଷରେ ଦୁନିଆର ଗ୍ରୋଥ୍ ଇଞ୍ଜିନ ହେବ l

➡️୩-ଆସନ୍ତା ଅକ୍ଟୋବର ଭିତରେ ସରିପାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅବଢ଼ା ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା । କହିଲେ, ଦିବ୍ୟାଙ୍ଗ ଦର୍ଶନାର୍ଥୀଙ୍କ ସୁବିଧା ପାଇଁ ଅକ୍ଟୋବରରୁ ଆରମ୍ଭ ହେବ ସ୍ୱତନ୍ତ୍ର ରାମ୍ପ ନିର୍ମାଣ l

➡️୪-ଏଣକି ଚୁକ୍ତିଭିତ୍ତିକ ଶିକ୍ଷକ ବଦଳରେ ନିଯୁକ୍ତ ହେବେ କନିଷ୍ଠ ଶିକ୍ଷକ (ସ୍କିମେଟିକ୍ ) l ନିୟମାବଳୀରେ ସଂଶୋଧନ କଲେ ସରକାର l CBT(କମ୍ପ୍ୟୁଟର ବେସଡ ଟେଷ୍ଟ) ମାଧ୍ୟମରେ ହେବ ନିଯୁକ୍ତି l

➡️୫-ଆଜି ଉଦ୍‌ଘା‌ଟନ ହେବ ୨୧ଟି ‘ଆମ ବସଷ୍ଟାଣ୍ଡ’ l ୧୨୪ଟି ବସଷ୍ଟାଣ୍ଡର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୬-ଆଜି ଶ୍ରାବଣ-ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି l ଆପାତତଃ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ l

➡️୭-ରାଜ୍ୟରେ ମାଡ଼ି ଚାଲିଛି ଡେଙ୍ଗୁ ଜ୍ୱର । ଟ୍ୱିନସିଟିରେ ସ୍ଥିତି ବେକାବୁ । କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଲମ୍ବା ଲାଇନ, ବେଡ୍ ଅଭାବରୁ ଚଟାଣରେ ଶୋଉଛନ୍ତି ରୋଗୀ ।

➡️୮-୨୦ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆସନ୍ତା ମାସରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା l

➡️୯-ବଦଳିବ ଯୁଦ୍ଧର ମୋଡ, ବଢିବ ୟୁକ୍ରେନର ବଳ । ଜେଲେନସ୍କିଙ୍କ ଅନୁରୋଧ ପରେ ଆମେରିକା ଦେବ ଏଫ ୧୬ ଲଢୁଆ ଯୁଦ୍ଧ ବିମାନ l

➡️୧୦-ପରଲୋକରେ ବିଶିଷ୍ଟ ପଞ୍ଜାବୀ ଗାୟକ ରାଜୁ ପଞ୍ଜାବୀ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରାଜୁ ପଞ୍ଜାବୀ ଗତକାଲି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

➡️୧୧-ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ବନ୍ଧା ହେଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ । ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରୁଥିଲେ, ହେଲେ ବନ୍ଧା l

➡️୧୨-ପ୍ରଧାନମନ୍ତ୍ରୀ ମୋଦୀ ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରାକ୍ଷୀ ପଠାଇଲେ ସୀମା ହାଇଦର । ଭିଡିଓ ଜାରି କରି ପଠାଇଥିବା ରାକ୍ଷୀ ପିନ୍ଧିବାକୁ କଲେ ଅନୁରୋଧ l

➡️୧୩-ଆଲିୟନ୍‌ଙ୍କ ଠାରୁ ଆଜି ଆସିପାରେ ଉତ୍ତର – ୪୦ ବର୍ଷ ତଳେ ପଠାଯାଇଥିଲା ରେଡିଓ ସିଗନାଲ୍‌ l ପୃଥିବୀଠାରୁ ୧୬.୭ ଆଲୋକ ବର୍ଷ ଦୂରରେ ଥିବା ଅଲ୍ଟଏୟାର ନାମକ ଗ୍ରହରୁ ଏହାର ପ୍ରତ୍ୟୁତ୍ତୋର ଆସିପାରେ ବୋଲି ମହାକାଶ ବିଜ୍ଞାନୀମାନେ ଆଶାବାଦୀ ଅଛନ୍ତି ।

➡️୧୪-ଆମେରିକୀୟ ସର୍ଟ ସେଲିଂ କମ୍ପାନି ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଆସିବା ପରେ ବିଶ୍ବ ଧନୀ ତାଲିକାରେ ଅଷ୍ଟାଦଶ ସ୍ଥାନକୁ ଉଠିଲେ ଆଦାନି l

➡️୧୫-ଆମେରିକାରେ କରୋନା ଲହର l ଇଜି.୫-ଏଫଏଲ.୧.୫.୧-ବିଏ.୨.୮୬ ଭାରିଆଣ୍ଟ ସକ୍ରିୟ l ସିଡିସି ଅନୁଯାୟୀ, ଦେଶର ନୂତନ ସଂକ୍ରମଣର ୧୩.୩ ପ୍ରତିଶତ ପାଇଁ ଏହା ଦାୟୀ।

➡️୧୬-ରୁଷ୍‌ ତେଲ ଉପରେ ମିଳୁଥିବା ରିହାତି ହ୍ରାସ ପାଇବା ପରେ ୯ ମାସ ପରେ ପ୍ରଥମଥର ପାଇଁ କମିଲା ତେଲ ଆମଦାନି l

➡️୧୭-ଥାଇଲାଣ୍ଡର ରାଜନୈତିକ ଅସ୍ଥିରତାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ନୂଆ ପ୍ରଧାନମନ୍ତ୍ରୀ ହେଲେ ଟାଇକୂନ ଶ୍ରେଥା ଥାଭିସିନ୍‌।

➡️୧୮-ଭାରତ-ଆୟର୍ଲାଣ୍ଡ ତୃତୀୟ ଟ୍ବେଣ୍ଟି-୨୦ ଆଜି: ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ବୁମ୍‌ରା ଟିମ l

➡️୧୯-FIDE ଚେସ୍ ବିଶ୍ୱକପ୍ ଫାଇନାଲ: କାର୍ଲସନଙ୍କ ବିପକ୍ଷରେ ପ୍ରଥମ ଗେମ୍ ଡ୍ର ରଖିଲେ ଆର୍ ପ୍ରଜ୍ଞାନନ୍ଦ l

➡️୨୦-ଆଫଗାନିସ୍ତାନ ଆଗରେ ଚାଲୁନି ବାବର ଆଜମଙ୍କ ବ୍ୟାଟ୍, କ୍ୟାରିୟରରେ ୧୬ମ ଥର ଶୂନ୍ୟରେ ହେଲେ ଆଉଟ୍ l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc