ନିରପେକ୍ଷ(ଭୋପାଳ)୨୨।୮: ଆଗାମୀ ନିର୍ବାଚନ ପାଇଁ ସଜବାଜ ହେଲାଣି କଂଗ୍ରେସ । ଆରମ୍ଭ କଲାଣି ରଣନୀତି । ତେବେ ମଧ୍ୟପ୍ରଦେଶରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସର ନଜର ରହିଛି। ଶାସକ ଭାଜପା ବ୍ୟତୀତ କଂଗ୍ରେସ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ସତନାରେ ପହଞ୍ଚିଛନ୍ତି। ସତନାରେ ଏକ ରାଲିରେ ସମ୍ବୋଧିତ କରିବାବେଳେ ଖାର୍ଗେ ଅନେକ ଘୋଷଣା କରିଛନ୍ତି।
