ନିରପେକ୍ଷ(ଭୁବନେଶ୍ୱର) : ଏ ଘଟଣା ଆପଣଙ୍କୁ ଚକିତ କରିଦେବ। କାରଣ ଏଭଳି ଘଟଣା ଖୁବ କମ ଦେଖିବାକୁ ମିଳିଥାଏ । ପ୍ରେମ ବିବାହ ପ୍ରତାରଣା ର ନୂଆ କାହାଣୀ । ସ୍ତ୍ରୀକୁ ଅନୈତିକ କାର୍ଯ୍ୟରେ ଲଗାଇବାକୁ ସ୍ୱାମୀ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱରରୁ ଆଣି ରାଜଧାନୀରେ ବିକ୍ରି କରି ଚମ୍ପଟ୍ ହୋଇଯାଇଛି। ଦୁଇଦିନ ନିର୍ଯାତନା ପାଇବା ପରେ ବନ୍ଧକଙ୍କ ପାଖରୁ ଖସି ଆସିଲେ ସ୍ତ୍ରୀ। ଭଙ୍ଗା ଘରେ ଆଶ୍ରୟ ନେଇଥିବାବେଳେ ଉଦ୍ଧାର କଲା ମଞ୍ଚେଶ୍ୱର ଥାନା ପୁଲିସ। ବାଲେଶ୍ୱରରେ ପ୍ରେମ ବିବାହ ପରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ରସୁଲଗଡ଼ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି।
