ନିରପେକ୍ଷ ବ୍ୟୁରୋ (୨୨/୮/୨୩) : ଆସନ୍ତା କାଲିଠୁ ରାଜ୍ୟରେ ପୁଣି ହେବ ବର୍ଷା । ମାତ୍ର କିଛି ଦିନର ଲୁଚକାଳି ଖେଳ ପରେ ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିବଳୟ । ତେବେ ତାହାରି ପ୍ରଭାବରେ ଆସନ୍ତା କାଲିଠୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷକରି ଉତ୍ତର-ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଏବଂ ଅଧିକାଂଶ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

