Home Breaking News ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-ରାଜ୍ୟର ୯ଟି ନୂଆ ଶିଳ୍ପ ପ୍ରକଳ୍ପକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ, ୯ଟି ପ୍ରକଳ୍ପରେ ନିବେଶ ହେବ ୮୭୩ କୋଟି, ନିଯୁକ୍ତି ପାଇବେ ୨୫୧୬ ଜଣ।

୨-ଆଗୁଆ ନିର୍ବାଚନ ପ୍ରସ୍ତୁତି , ସେପ୍ଟେମ୍ବର ୨୦ ସୁଦ୍ଧା ଭାଙ୍ଗିବ ବିଧାନସଭା, ଖୁବଶିଘ୍ର ମୌସୁମୀ ଅଧିବେଶନ ବିଜ୍ଞପ୍ତି।

୩-ଆସନ୍ତା ୩୦ ତାରିଖରେ ରାକ୍ଷୀ ପୂର୍ଣ୍ଣିମା,ଖୋଲିଲାଣି ରାକ୍ଷୀ ପସରା, ତ୍ରିଶୂଳ ରାକ୍ଷୀର ରହିଛି ବେଶୀ ଚାହିଦା।

୪-ଭୁବନେଶ୍ୱର:୨୩.୫୦ ଲକ୍ଷ ଚାଷୀ ଫସଲ ବୀମା ପଞ୍ଜୀକୃତ, ରାଜ୍ୟ ସରକାର ବହନ କରିବେ ୮୫୦ କୋଟି।

୫-କଟକ: ବୋର୍ଡ ସଭାପତି ଦାୟିତ୍ୱ ନେଲେ ଜ୍ୟୋତି ପ୍ରକାଶ ଦାଶ, ତ୍ରୁଟି ଶୂନ୍ୟ ପରୀକ୍ଷା ଓ ସ୍ବଚ୍ଛତାକୁ ଦେବେ ଗୁରୁତ୍ୱ।

୬-କଟକ:’ମାନବ’ ପୋର୍ଟାଲ ଲୋକାର୍ପିତ,SC,ST ଅପରାଧିକ ମାମଲାରେ ତଦନ୍ତ ହେବ ତ୍ବରାନ୍ବିତ।

୭-ଭୁବନେଶ୍ୱର:ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ସଚିବ ଭିକେ ପାଣ୍ଡିଆନ, ଜନତା ମଇଦାନରେ କଲେ ସମ୍ବୋଧନ।

୮-ଭୁବନେଶ୍ୱର: କିଟ୍ ଇଣ୍ଟରନ୍ଯାସନାଲ ସ୍କୁଲର ଛାୟା ଜାତିସଂଘ ଉଦଯାପିତ।

୯-କାଲିମେଳା:ଗୋ-ଚାଲାଣ ବେଳେ ଦୁଇଟି କଣ୍ଟେନର ଜବତ, ନବରଙ୍ଗପୁରରୁ ହାଇଦ୍ରାବାଦକୁ ହେଉଥିଲା ଚାଲାଣ।

୧୦-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ୍‌ରେ ୩ଟି ବୃହତ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ୧୦୧ କୋଟି ଟଙ୍କା ମଞ୍ଜୁର।

୧୧-ଭୁବନେଶ୍ୱର:କ୍ୟାପିଟାଲ ହସ୍ପିଟାଲରେ ଆଜିଠୁ ଖୋଲିବ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର।

୧୨-ଓଡ଼ିଶାର ୧୪ଟି ସ୍କୁଲକୁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁରୀ, ୨୦୨୩-୨୪ ଆର୍ଥିକ ଶିକ୍ଷା ବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଅର୍ଥ ମଞ୍ଜୁରୀ।

୧୩-ନୂଆପଡା ବୋଡେ଼ନ ଥାନା ଅନ୍ତର୍ଗତ ବୁଢ଼ାପରା ପ୍ରାଥମିକ ଉଚ୍ଚ ବିଦ୍ୟାଳୟ:ନାଳରେ ପଡି ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ସ୍କୁଲ ସମ୍ମୁଖରେ ଧାରଣା।

୧୪-ଅନୁଗୋଳ:ପବିତ୍ର ମୋହନ ସେତୁ ନାମରେ ନାମିତ ହେଲା କଣିହା ସ୍ଥିତ ବ୍ରାହ୍ମଣୀ ନଦୀ ସେତୁ।

୧୫-ରାସ୍ତାକଡ଼ରୁ ପରିବା କିଣି UPIରେ ପେମେଣ୍ଟ କଲେ ଜର୍ମାନୀ ମନ୍ତ୍ରୀ, ଭାରତର ଡିଜିଟାଲ ଭିତ୍ତିଭୂମି ଦେଖି ପ୍ରଶଂସାରେ ଶତମୁଖ।

୧୬-ନୂଆ ଦିଲ୍ଲୀ:ଏସିଆ କପ ପାଇଁ ଟିମ ଘୋଷଣା, ରୋହିତ ଶର୍ମାଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଟିମ।

୧୭-୬ ମାସରେ ଖୋର୍ଦ୍ଧା ଜିଲ୍ଲାର ସବୁ କଲେଜର ହେବ ରୂପାନ୍ତରଣ, ସବୁ +୨ ଓ +୩ କଲେଜର ହେବ ରୂପାନ୍ତର।

୧୮-ବ୍ରିକ୍ସ ଶିଖର ସମ୍ମିଳନୀ: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଯିବେ ଦକ୍ଷିଣ ଆଫ୍ରିକା,୪୦ ବର୍ଷ ପରେ ପିଏମ୍‌ଙ୍କ ଗ୍ରୀସ୍‌ ଯାତ୍ରା।

୧୯-ବିକ୍ରମକୁ ସ୍ବାଗତ କଲା ଚନ୍ଦ୍ରଯାନ ୨ର ଅର୍ବିଟର , ଚନ୍ଦ୍ରର ଅପର ପାର୍ଶ୍ୱର ଫଟୋ ପଠାଇଲା ବିକ୍ରମ।

୨୦-ଲୁନା-୨୫ ଅଭିଯାନ ଅସଫଳ ହେବାରୁ ସାରା ବିଶ୍ୱକୁ ଝଟକା।ଚନ୍ଦ୍ରର ଦକ୍ଷିଣ ମେରୁରେ ଏହା ଅବତରଣ କରିଥାଆନ୍ତା।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc