ନିରପେକ୍ଷ(ଭୁବନେଶ୍ବର) : ଖୁବ କିଛି ଦିନ ହେବ ଚାଲିଛି ଖରା ବର୍ଷାର ଲୁଚକାଳି ଖେଳ। ତେବେ ଏହାରି ଭିତରେ ଏକ ବଡ ଖବର ସାମ୍ନା କୁ ଆସିଛି ଯେ ,୨୩ରେ ଆସୁଛି ବଡ ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ ଏହି ବର୍ଷା। କିଛି ସ୍ଥାନରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଆକଳନ । ୨୫ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର । ବର୍ଷା ସତ୍ବେ ବି ମୌସୁମୀ ସିଜିନରେ ୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।
