ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ- ଆୟରଲାଣ୍ଡ୍ ମଧ୍ୟରେ ୩ମ୍ୟାଚ୍ ବିଶିଷ୍ଟି ଟି-୨୦ ସିରିଜର ପ୍ରଥମ ମୁକାବିଲା । ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଆଜିଠୁ ଡଲବିନସ୍ଥିତ ଦ ଭିଲେଜ ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜ୍ ଲାଗି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ସଫଳ ତଥା ଭାରତର ନୂଆ ପିଢୀର ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ବୁମରା ବାହିନୀ । ଦଳର ସବୁଠୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଯୁବ ବାହିନୀଙ୍କ କାନ୍ଧରେ ରହିଛି ଗୁରୁଦାୟୀତ୍ୱ । ଆହତ କାରଣରୁ ଦୀର୍ଘ ୧୧ମାସ ଧରି ପଡିଆ ବାହାରେ ଥିବା ବୁମରା ଏବେ ଦଳକୁ ଫେରିଥିବା ବେଳେ ତାଙ୍କୁ ମିଳିଛି ଇଣ୍ଡିଆନ ଟିମର କ୍ୟାପଟେନ୍ ସିପ୍ । ଏଣୁ ଏବେ ସଭିଁଙ୍କ ନଜର ବୁମରାଙ୍କ ଉପରେ । ଦିନିକିଆ ବିଶ୍ୱକପ ପୂର୍ବରୁ ବୁମରାଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ଫିଟନେସ୍ ଓ ଲୟର ବଡ଼ ପରୀକ୍ଷା ହେବ । ସୂଚନା ମୁତାବକ ଭାରତ ବିପକ୍ଷରେ ଆୟର୍ଲାଣ୍ଡ୍ ଏଯାବତ୍ ଗୋଟିଏ ବି ମ୍ୟାଚ୍ ଜିତିପାରିନି । ସେହିପରି ଆୟର୍ଲାଣ୍ଡର ବାମହାତୀ ଦ୍ରୁତ ବୋଲର ଜୋଶ ଲିଟିଲ ଗତବର୍ଷ ମଧ୍ୟ ଆଇପିଏଲରେ ଗୁଜୁରାଟ ଟାଇଟନ୍ସ ପାଇଁ ଖେଳିଥିଲେ ।
ଆଜିଠୁ ଭାରତ-ଆୟର୍ଲାଣ୍ଡ୍ ଟି-୨୦
previous post