ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ । ମାଲକାନଗିରି ପୋଲିସ କାଲିମେଳାରୁ ଜବତ କରିଛି ଧଳାଜହର ସହ ଗଞ୍ଜେଇ । ପୋଲିସ ଗଞ୍ଜେଇ ଧରିବା ବେଳେ ଖୋଲିଥିଲା ଡ୍ରଗ୍ସର ଗୁମର । କାଲିମେଳାର ଏନଏଚ୍-୩୨୬ ଅଞ୍ଚଳରେ ଯାଞ୍ଚ୍ ଚାଲିଥିବା ବେଳେ ଏଭଳି ବଡ଼ଧରଣର ସଫଳତା ମିଳିଛି ମାଲକାନଗିରି ପୋଲିସକୁ । ଯାଞ୍ଚ୍ ବେଳେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପାଟ୍ରୋଲିଂ ବେଳେ ୩୨୬ ନମ୍ବର ଜାତୀୟ ରାଜପଥର ପୁଲିମଟେଲା ଛକ ନିକଟରେ ଦୃତ ଗତିରେ ଯାଉଥିବା ଏକ କାରରୁ ୫୦ କେଜି ଗଞ୍ଜେଇ ଜବତ ହୋଇଛି । ପୋଲିସ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିବା ସହ ପଚରାଉଚରା ଜାରି ରଖିଥିବା ବେଳେ ଏଥିରେ ଆଉ ୨ଜଣଙ୍କ ଲିଙ୍କ୍ ଥିବା ଜଣାପଡ଼ିଛି । ସେମାନେ ମାଲକାନଗିରି ବସଷ୍ଟାଣ୍ଡ୍ ନିକଟସ୍ଥ ଏକ ଲଜରେ ରହୁଥିଲେ । ପୋଲିସ ସେଠାରେ ଚଢାଉ କରିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କଠାରୁ ୧.୬ ଗ୍ରାମର ବ୍ରାଉନସୁଗାର ବି ଜବତ କରିଛି । କାଲିମେଳା ପୋଲିସ ୬ଜଣ ଅପରାଧୀଙ୍କ ସମେତ ୫୦ କେଜି ଗଞ୍ଜେଇ, ୧.୬ ଗ୍ରାମର ବ୍ରାଉନସୁଗାର ଏବଂ ଦୁଇଟି କାର ସହ ନଗଦ ୧ଲକ୍ଷ ୪୬ହଜାର ଟଙ୍କା ଜବତ କରିଛି । ଗିରଫ ହୋଇଥିବା ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଅଭିଯୁକ୍ତଙ୍କ ଘର ବାହାର ରାଜ୍ୟରେ ହୋଇଥିବା ବେଳେ ଜଣେ ମାଲକାନଗିରି ଜିଲ୍ଲାର ବୋଲି ଜାଣିବାକୁ ପାଇଛି ପୋଲିସ । କେଉଁ କେଉଁ ଅଞ୍ଚଳରେ ଅଭିଯୁକ୍ତମାନେ ଗଞ୍ଜେଇ ଓ ଡ୍ରଗ୍ସ କାରବାର ଚଳାଇଥିଲେ ସେ ନେଇ ଅଧିକ ତଦନ୍ତ କରାଯାଉଛି । ରାଜ୍ୟର ବାହାରର ଅଭିଯୁକ୍ତ ଏଥିରେ ସମ୍ପୃକ୍ତ ଥିବାରୁ ଏକ ଆନ୍ତଃରାଜ୍ୟ ରାକେଟ୍ କାମ କରୁଥିବା ସନ୍ଦେହ କରୁଛି ପୋଲିସ ।
ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍
previous post