କ୍ଷୀପ୍ର ଗତିରେ ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ଆଉଏକ ଭୟଙ୍କର ଝଡ଼ । ଯାହାର ନାଁ ରହିଛି ‘ହିଲାରୀ’ । ଏହି ଝଡ଼ ଦକ୍ଷିଣ କାଲିଫର୍ଣ୍ଣିଆ ଆଡକୁ ମୁହାଁଇବ ବୋଲି ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଅତ୍ୟଧିକ ବର୍ଷା ସହ ଝଡ଼ତୋଫାନ ହେବ ବୋଲି ଆଶଙ୍କା କରିଛନ୍ତି ପାଣିପାଗ ବିଜ୍ଞାନୀ । ମେକ୍ସିକୋ ଉପକୂଳରେ ସୃଷ୍ଟି ହୋଇଥିବା ଭୟଙ୍କର ଝଡ଼ ହିଲାରୀ ଏହି ସପ୍ତାହ ଶେଷରେ ବାଜା କାଲିଫର୍ଣ୍ଣିଆ ଏବଂ ସାଉଥ୍ କାଲଫର୍ଣ୍ଣିଆକୁ ପ୍ରଭାବିତ କରିପାରେ । ପରେ ଏହା ଘୂର୍ଣ୍ଣିବଳୟର ରୂପ ନେବ । ଆଗାମୀ ଦିନରେ ଏହା ବାଜା କାଲିଫର୍ଣ୍ଣିଆ ଉପଦ୍ୱୀପ ଆଡକୁ ମୁହାଁଇବ ବୋଲି ଆଶଙ୍କା କରାଯାଉଛି । ଉପଦ୍ୱୀପ ନିକଟରେ ପହଞ୍ଚିବା ପରେ ଏହା ଦୁର୍ବଳ ହେବାର ଆଶଙ୍କା ରହିଛି । ତଥାପି ଏହାର ପ୍ରଭାବରେ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏ ସମ୍ପର୍କରେ ଜାତୀୟ ପାଣିପାଗ ବିଭାଗ କହିଛି, ଦକ୍ଷିଣ-ପଶ୍ଚିମ ଯୁକ୍ତରାଷ୍ଟ୍ର ଆମେରିକା ଓ ଦକ୍ଷିଣ କାଲିଫର୍ଣ୍ଣିଆର କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।
ଆସୁଛି ଭୟଙ୍କର ଝଡ଼ ‘ହିଲାରୀ’
previous post