ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତାପାର୍ଟି । ଦଳ ପକ୍ଷରୁ ମଧ୍ୟପ୍ରଦେଶର ୩୯ଟି ଏବଂ ଛତିଶଗଡ଼ର ୨୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଏନେଇ ବିଜେପି ରାଷ୍ଟ୍ରିୟ ସଭାପତି ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସି ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି । ବୈଠକରେ ପ୍ରଥମ ଦଫା ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ହୋଇଛି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ସଦସ୍ୟ ଅଛନ୍ତି । ଦିଲ୍ଲୀର ସିଇସି ବୈଠକରେ ଗୋଟିଏ ଦିନ ପରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ପ୍ରଥମ ତାଲିକାରେ ମଧ୍ୟପ୍ରଦେଶର ୩୯ଟି ଏବଂ ଛତିଶଗଡ଼ର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଆଗାମୀ ଅକ୍ଟୋବର କିମ୍ବା ନଭେମ୍ବର ବେଳକୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ହୋଇପାରେ । ଏହି ଦୁଇଟି ରାଜ୍ୟ ସହ ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରମରେ ବି ନିର୍ବାଚନ ହେବ ।
ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା
previous post