ଜେଇଇ ପରିଚାଳନା ବିଭ୍ରାଟ ମାମଲାରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ । ମାର୍କସିଟ୍ ଘୋଟାଲାର ସିବିଆଇ ତଦନ୍ତ କରୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ୪ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ମିଳିଛି ନିର୍ଦ୍ଦେଶ । ସୂଚନା ମୁତାବକ ଓଡ଼ିଆ ଛାତ୍ର ଅଂଶୁମାନ କାନୁନଗୋଙ୍କ ପକ୍ଷରୁ ଦାୟର ହୋଇଥିଲା ଏହି ମାମଲା । ମାର୍କସିଟ୍ ଓ ର୍ୟାଙ୍କ୍ ପ୍ରଦାନରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ କରିଥିଲେ ଅଂଶୁମାନ । ଗତ ୨୦୨୨ ଜେଇଇ ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବି ତାଙ୍କୁ ରାଉରକେଲା ଏନଆଇଟିରେ ଆଡମିଶନ ଅନୁମତି ମିଳିନି । ନକଲି ମାର୍କସିଟ୍ ଦର୍ଶାଇ ଛାତ୍ରଙ୍କୁ ଆଡମିଶନରୁ ବଞ୍ଚିତ କରାଯାଇଥିଲା । ଏପରିକି ଉତ୍ତୀର୍ଣ୍ଣ ଛାତ୍ର ପରୀକ୍ଷାରେ ୯୮.୯୭ ପ୍ରତିଶତ ମାର୍କ ରଖିଥିଲେ । ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଛାତ୍ର ଅଂଶୁମାନ କାନୁନଗୋ । ଆବେଦନକାରୀ ଛାତ୍ର ମାମଲାରେ ୟୁନିୟନ ଅଫ୍ ଇଣ୍ଡିଆ ଜେଇଇ କର୍ତ୍ତୃପକ୍ଷଙ୍କ ସହ ୫ଜଣଙ୍କୁ କରିଥିଲେ ପକ୍ଷଭୁକ୍ତ । ଏବେ ଆବେଦନର ଶୁଣାଣି କରି ରାୟ ଶୁଣାଇଛନ୍ତି ହାଇକୋର୍ଟ । ଏବେ ମାମଲାର ସିବିଆଇ ତଦନ୍ତ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଜେଇଇ ବିଭ୍ରାଟ ମାମଲାରେ ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ
previous post