ଖାଲିପେଟରେ ଚାହା ପିଉଛନ୍ତି କି ହୋଇଯାଆନ୍ତୁ ସାବଧାନ୍ । ନଚେତ୍ ଶରୀରରେ ଦେଖାଦେବ ଅନେକ ସମସ୍ୟା । ଦୁନିଆରେ ଅନେକ ଚାହା ପ୍ରେମୀ ଅଛନ୍ତି । ସକାଳୁ କପେ ଚାହା ନ ପିଇଲେ ସେମାନଙ୍କ ଦିନ ଆରମ୍ଭ ହୁଏନି । ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଦିନରେ ୩ରୁ ୪ କପ୍ ଚାହା ପିଅନ୍ତି । ଚା’ ଏବଂ କଫିରେ କଫିନ୍ ଓ ଟେନିନ୍ ମିଳିଥାଏ । ଯେଉଁଥିପାଇଁ ଶକ୍ତି ଅନୁଭବ ହୁଏ । ଡାକ୍ତରଙ୍କ କହିବା ଅନୁଯାୟୀ, ଥରେ କିମ୍ବା ଦୁଇଥର ଚା ପିଇବା ଦ୍ୱାରା କୌଣସି କ୍ଷତି ହୁଏନି । ହେଲେ ବାରମ୍ବାର ପିଇବା ଦ୍ୱାରା କିମ୍ବା ଖାଲି ପେଟରେ ଚା’ ପିଇବା ଦ୍ୱାରା ଅନେକ କ୍ଷତି ହୁଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଚା’ କିମ୍ବା କଫିର ନେଚର ଏସିଡିକ୍ । ଶରୀରରେ ଏକ ଏସିଡିକ୍ ସିଷ୍ଟମ୍ ମଧ୍ୟ ରହିଥାଏ । ଏଣୁ ଖାଲିପେଟରେ ଚା’ ପିଇବା ମାତ୍ରେ ଏସିଡିକ୍ ବାଲାନ୍ସ ଖରାପ ହୋଇଯାଏ । ଏହି କାରଣରୁ ଲୋକଙ୍କଠାରେ ଗ୍ୟାସ୍ ସମସ୍ୟା, ଖଟା ହାକୁଡି ସହ ଏସିଡିଟି ଭଳି ସମସ୍ୟା ଦେଖାଯାଏ । ଚା’ରେ ଥିଓଫିଲାଇନ୍ ନାମକ ଏକ ଯୌଗିକ ମିଳିଥାଏ । ଏଣୁ ସକାଳେ ଖାଟି ପେଟରେ ଚା’ ପିଇବା ଦ୍ୱାରା ଡିହାଇଡ୍ରେସନ୍ ସମସ୍ୟା ବଢିପାରେ । ଏହାଦ୍ୱାରା ପାଟିରେ ଏସିଡ୍ ସ୍ତର ବି ବଢିଯାଏ । ଏଣୁ ଯେଉଁମାନେ ଖାଲି ପେଟରେ ଚା’ ପିଉଛନ୍ତି ସେମାନଙ୍କର ମେଟାବୋଲିଜିମ୍ ପ୍ରଭାବିତ ହୋଇପାରେ । ଏହା ହଜମକୁ ଖରାପ କରିଥାଏ । ହଜମ ପ୍ରକିୟାରେ ଅବନତି ଦ୍ୱାରା ଶାରୀରିକ ବିକାଶ ପ୍ରଭାବିତ ହୁଏ । ଶରୀରରେ ଜରୁରୀ ପୋଷକ ତତ୍ତ୍ୱ ରହିପାରେନି ।
ଖାଲିପେଟରେ ଚାହା ପିଉଛନ୍ତି ହୋଇଯାଆନ୍ତୁ ସାବଧାନ
previous post