Home news ୨୦୪୭ରେ ମୁଣ୍ଡପିଛା ଆୟରେ ବଡ଼ ଧରଣର ବୃଦ୍ଧି

୨୦୪୭ରେ ମୁଣ୍ଡପିଛା ଆୟରେ ବଡ଼ ଧରଣର ବୃଦ୍ଧି

by Admin
0 comment

ଆସନ୍ତା ୨୦୪୭ରେ ଭାରତ ସ୍ବାଧୀନତାର ୧୦୦ ବର୍ଷ ପାଳନ କରୁଥିବା ବେଳେ ଦେଶର ମୁଣ୍ଡପିଛା ଆୟ ସେହି ସମୟରେ ପ୍ରାୟ ୭ ଗୁଣା ବୃଦ୍ଧି ପାଇ ୧୪.୯ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ବିଆଇ ରିପୋର୍ଟରେ ଆକଳନ କରାଯାଇଛି। ବର୍ତ୍ତମାନ ଏହା ୨ ଲକ୍ଷ ଟଙ୍କା ପାଖାପାଖି ରହିଛି।
ସୂଚନା ଅନୁଯାୟୀ, ୨୦୪୭ରେ ମୁଣ୍ଡପିଛା ଆୟରେ ବଡ଼ ଧରଣର ବୃଦ୍ଧି ହେବ, କିନ୍ତୁ ତାହାର ମୂଲ୍ୟ ଆଜିର ୧୫ ଲକ୍ଷ ଟଙ୍କା ଭଳି ନଥିବ। ଏଥିପାଇଁ ୨୦୨୩ରୁ ୨୦୪୭ ପର୍ଯ୍ୟନ୍ତର ମୁଦ୍ରାସ୍ଫୀତିକୁ ବିଚାରକୁ ନିଆଯାଇନାହିଁ। ଯଦି ବାର୍ଷିକ ମୁଦ୍ରା‌ସ୍ଫୀତି ୫ ପ୍ରତିଶତ ବୋଲି ବିଚାର କରାଯିବ ତେବେ ୨୦୪୭ର ୧୪.୯ ଲକ୍ଷ ଟଙ୍କା ସେହି ସମୟରେ ବର୍ତ୍ତମାନର ୪ ଲକ୍ଷ ଟଙ୍କା ସହ ସମାନ ହେବ। ନିମ୍ନ ମଧ୍ୟମ ଆୟ ବର୍ଗର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତର ମୁଣ୍ଡପିଛା ଆୟ ସବୁଠୁ କମ୍ ରହିଛି। ଏଭଳିକି ବାଂଲାଦେଶର ମୁଣ୍ଡପିଛା ଆୟ ଭାରତଠାରୁ ଅଧିକ ରହିଛି।

ଏସ୍‌ବିଆଇ ରିପୋର୍ଟରେ ଉଲ୍ଲେଖ ରହିଛି ଯେ ୨୦୪୭ ବେଳକୁ ଭାରତର ଟିକସଦାତାଙ୍କ ସଂଖ୍ୟା ବର୍ତ୍ତମାନର ୭ କୋଟିରୁ ବୃଦ୍ଧି ପାଇ ୪୮.୨ କୋଟି ହେବ। ୭ କୋଟି ଏମ୍ଏସ୍‌ଏମ୍ଇ ସଂଗଠିତ ବର୍ଗକୁ ଆସିବେ। ୨୦୨୭ ସୁଦ୍ଧା ୨୫% ଟିକସଦାତା ନିମ୍ନ ଆୟ ବର୍ଗ ଉପରକୁ ଆସିବେ। ୧୭.୫ ପ୍ରତିଶତ ଟିକସଦାତା ୫-୧୦ ଲକ୍ଷ ଟଙ୍କା ଆୟ ବର୍ଗରେ, ୫% ୧୦-୨୦ ଲକ୍ଷ ଟଙ୍କା ଏବଂ ୩% ଟିକସଦାତା ୨୦-୫୦ ଲକ୍ଷ ଟଙ୍କା ଆୟ ବର୍ଗରେ ସାମିଲ ହେବେ। ୨୦୨୩ରେ ମୋଟ ଶ୍ରମ ଶକ୍ତିର ୨୨.୪ ପ୍ରତିଶତ ଲୋକ ଆୟକର ରିଟର୍ଣ୍ଣ ଦାଖଲ କରୁଛନ୍ତି। ୨୦୪୭ରେ ଏହି ହାର ୮୫.୩ ପ୍ରତିଶତକୁ ବୃଦ୍ଧି ପାଇବ।

୨୦୪୭ ସୁଦ୍ଧା ଭାରତର ଶ୍ରମ ଶକ୍ତି ୭୨.୫ କୋଟିକୁ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ୨୦୨୩ରେ ଶ୍ରମ ଶକ୍ତିରେ ୫୩ କୋଟି ଲୋକ ରହିଛନ୍ତି ଯାହା ହେଉଛି ଜନସଂଖ୍ୟାର ୩୮ ପ୍ରତିଶତ। ୨୦୪୭ରେ ସେହି ହାର ୪୫%କୁ ବୃଦ୍ଧି ପାଇବ। ଦେଶରରେ ଦାଖଲ ହେଉଥିବା ଆୟକର ରିଟର୍ଣ୍ଣ ମଧ୍ୟରୁ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ପଶ୍ଚିମବଙ୍ଗରୁ ଅଧିକ ରିଟର୍ଣ୍ଣ ଦାଖଲ ହେଉଛି। ଏବେବି ୬୪% ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଟିକସଦାତାଙ୍କ ଆୟ ୫ ଲକ୍ଷ ଟଙ୍କା ଭିତରେ ରହିଛି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc