ଯାଜପୁର : ପୁଣି ଧସିଲା ବୈତରଣୀ ନଦୀ ବନ୍ଧ। ଯାଜପୁର ଜିଲ୍ଲା ଦଶରଥପୁର କମାରଡି ପଂଚାୟତ ବଳରାମପୁର ଠାରେ ପ୍ରାୟ ୫୦ଫୁଟ ର ଧସିଛି ବୈତରଣୀ ନଦୀ ବନ୍ଧ। ସୂଚନା ଅନୁଯାୟୀ ଦଶ ଦିନପୂର୍ବ ରୁ ଏହି ବ୍ଲକ ର ଦତ୍ତପୁର ଠାରେ ପ୍ରାୟ 50 ଫୁଟ ର ନଦୀବନ୍ଧ ଧସି ଥିବା ର ଦେଖାଯାଇଥିବା ବେଳେ ଆଜି ସକାଳୁ ପୁଣି ଥରେ ବଳରାମ ପୁର ରେ ବୈତରଣୀ ନଦୀ ବନ୍ଧ ଧସିଥିବା ସୂଚନା ମିଳିଛି I ତେବେ ଦଶ ଦିନ ପୂର୍ବରୁ ଘାଇ ହୋଇଥିବା ବେଳେ ପୁଣି ଥରେ ଘାଇ ସୃଷ୍ଟି ହେବାକୁ ନେଇ ଅଂଚଳବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି I ଅନ୍ୟ ପଟେ ପାଣିପାଗ ବିଭାଗ ର ଆକଳନ ଅନୁସାରେ ଆଗକୁ ପ୍ରବଳ ବର୍ଷା ର ସମ୍ଭାବନା ରହିଛି I ବର୍ଷ ର ପରିମାଣ ବଢିଲେ ପୁଣି ବନ୍ୟା ର ଆଶଙ୍କା ରହିଛି I ତେବେ ଜଳସମ୍ପଦ ବିଭାଗ ର ବେପରୁଆ ନୀତି ଓ ଦୃବଳ ନଦୀ ବନ୍ଧ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ର କାରଣ ସାଜିଛି।