
ନିରପେକ୍ଷ(ଭୁବନେଶ୍ୱର) : ବିଭିନ୍ନ ଦାବିନେଇ ଆସନ୍ତା ୧୮ ତାରିଖରେ ୩୧୪ବ୍ଲକ ଘେରାଉ କରିବ ରାଜ୍ୟ କଂଗ୍ରେସ ।ତେବେ ୯ଦଫା ଦାବିରେ ବ୍ଲକ ଘେରାଉ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ।୨୪ ବର୍ଷ ହେଲା ବିଜେଡି ଓଡିଶା ଲୋକଙ୍କ ପାଇଁ କିଛି ଆଖି ଦୃଶିଆ କାମ କରି ନାହାଁନ୍ତି ବୋଲି କଂଗ୍ରେସ କହିଛି । ଯୋଜନା ପରେ ଯୋଜନା ଯୋଜନା ଯୋଜନା ରାଜ୍ୟ ରେ ଘୋଷଣା ହେଉଛି । ନିର୍ବାଚନ ପରେ ବନ୍ଦ ହୋଇ ଯାଉଛି ଏ ସବୁ ଯୋଜନା । ତେବେ କଂଗ୍ରେସର ଦାବି ଗୁଡିକ ହେଲା, ୧୫ ରୁ ୫௦ପ୍ରତିଶତ ପର୍ଯ୍ୟନ୍ତ ବ୍ଲକ ସ୍ତରରେ ଚାଲିଥିବା ପିସି କାରବାର ବନ୍ଦ ହେଉ । ରାଜ୍ୟ ରେ ପାୱାର କଟ୍ ବନ୍ଦ ହେଉ , ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ହେଉ । ରାଜ୍ୟର ବେକାର ଯୁବକଙ୍କୁ ଚାକିରୀ ଦିଆଯାଉ । ଧାନ କିଣାରେ କଟନି ଛଟନି ବନ୍ଦ କରାଯାଉ । ଚାଷୀଙ୍କୁ ଉପଯୁକ୍ତ ଦର ମିଳୁ । ପ୍ରଧାନମନ୍ତ୍ରୀ ଆବାସରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆ ଯାଉ । ଦର ଦାମ ବୃଦ୍ଧିକୁ ତୁରନ୍ତ କମ କରନ୍ତୁ ।
