Home Breaking News ନଜର ପକାନ୍ତୁ ଦିନର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦିନର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-ଏଣିକି ଆଉ ଦୌଡ଼ିବାକୁ ପଡ଼ିବନି RTO ଅଫିସ୍। ଘରେ ବସି ପରୀକ୍ଷା ଦେଇ ପାଇପାରିବେ ଲର୍ଣ୍ଣିଂ ଲାଇସେନ୍ସ, କରିପାରିବେ ଗାଡ଼ିମୋଟର କିଣାବିକା। ଆସନ୍ତା ୨୨ ତାରିଖରୁ ରାଜ୍ୟର RTO ଗୁଡ଼ିକରେ ଆରମ୍ଭ ହେବ ଏହି ସେବା l

➡️୨-ରେକର୍ଡ ସ୍ତରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ: ଉତ୍ସବ ପାଳନ କରୁଥିବା ୯ କୋଟିରୁ ଅଧିକ ଲୋକ ଅପଲୋଡ୍ କଲେ ସେଲଫି l

➡️୩-ନୂଆପଡ଼ା ଜିଲ୍ଲାର ୩ଟି ସ୍ଥାନର ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ ୧୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୪-ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ବଡ଼ ଘୋଷଣା, ବଢ଼ିବ ଜନଔଷଧି କେନ୍ଦ୍ର ସଂଖ୍ୟା l ସେପଟେ ପ୍ରଥମ ଥର ସ୍ୱାଧୀନତା ଦିବସରେ ସ୍ୱଦେଶୀ ତୋପରେ ଦିଆଗଲା ସଲାମୀ, ଲାଲ କିଲ୍ଲାରେ ଗର୍ଜିଲା ୧୦୫ଏମଏମ ଫିଲ୍ଡ ଗନ୍‌ l

➡️୫-ଖୁବ୍‌ଶୀଘ୍ର ଆସିବ ୬ଜି ଯୁଗ, ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ବଡ଼ ସଙ୍କେତ l

➡️୬-ଯୁକ୍ତ୨ କଲେଜରେ ଖାଲି ପଡ଼ିଥିବା ସିଟ୍‌ ପୂରଣ ପାଇଁ ଆଜିଠାରୁ ପୁଣିଥରେ ଅନ୍‌ଲାଇନ୍‌ ନାମଲେଖା ପ୍ରକ୍ରିୟା ହେବ ଆରମ୍ଭ l ଏବେ ବି ରାଜ୍ୟରେ ମୋଟ ୧ ଲକ୍ଷ ୩୪ ହଜାର ୧୬୬ ସିଟ ବଳକା ରହିଛି l

➡️୭-ଆଜିଠାରୁ ଗୋଟିଏ ମାସ ପର୍ୟ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ l

➡️୮-ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ-୩, ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରୁ ମାତ୍ର ୧୦୦ କିମି ଦୂରରେ ପ୍ରଦକ୍ଷିଣ କରିବ। ଏହାପରେ ପ୍ରପଲସନ୍ ମଡ୍ୟୁଲରୁ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ଅଲଗା ହୋଇଯିବ ।

➡️୯-ସ୍ବାଧୀନତା ଦିବସରେ ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା, ମିଳିଲା ଭାରତର ପାସପୋର୍ଟ l ଟ୍ୱିଟରରେ ଖୁସି ଖବର ସେୟାର କରି ଲେଖିଲେ ‘‘ଏବେ ହୃଦୟ ଏବଂ ନାଗରିକତା ଉଭୟ ଭାରତୀୟ। ଜୟ ହିନ୍ଦ।’’

➡️୧୦-ହଲ୍‌ରେ ଫିଲ୍ମ ‘ଗଦ୍ଦର-୨’ ଚାଲିଥିବା ବେଳେ ଶୁଭିଲା ‘ପାକିସ୍ତାନ ଜିନ୍ଦାବାଦ’, ନିଧୂର୍ମ ଛେଚିଲେ ଦର୍ଶକ l ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

➡️୧୧-ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନୀ ଜ୍ୱର ମୃତ୍ୟୁର ହେବ ସମୀକ୍ଷା, ଗଠନ ହେଲା ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟି l

➡️୧୨-ଜାପାନରେ ତାଣ୍ଡବ ରଚିବ ଟାଇଫୁନ୍ ଲାନ୍ । ଭୟଙ୍କର ରୂପ ନେଇ ଆଗକୁ ବଢ଼ୁଛି ସାମୁଦ୍ରିକ ଝଡ଼। ଆଜି ଓସାକା ନିକଟରେ କରିବ ଲ୍ୟାଣ୍ଡଫଲ । ଜାପାନର ପ୍ରବଳ କ୍ଷୟକ୍ଷତି ଘଟାଇପାରେ ଟାଇଫୁନ ଲାନ୍।

➡️୧୩-ଆସନ୍ତା ବର୍ଷ, ଅର୍ଥାତ ୨୦୨୪ ଡିସେମ୍ବର ସୁଦ୍ଧା ବିଶ୍ବ ପ୍ରସିଦ୍ଧ ଆପଲ୍ କମ୍ପାନି ହାଇଦ୍ରାବାଦଠାରେ ଥିବା ଫକ୍ସକନ କାରଖାନାରେ ନିଜର ଲୋକପ୍ରିୟ ଆଇପଡ୍ ଇୟର ବଡ୍ ଉତ୍ପାଦନ କରିବ ।

➡️୧୪-ଚର୍ଚ୍ଚାରେ ରାଜସ୍ଥାନ କଂଗ୍ରେସ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା; ମାଗଣାରେ ୧ କୋଟି ପରିବାରକୁ ବାଣ୍ଟିବେ ଚାଉଳ, ଡାଲି, ତେଲ, ଲୁଣ ଓ ମସଲାର ପ୍ୟାକେଟ୍ l

➡️୧୫-ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ୨୦୨୦ ନିର୍ବାଚନରେ ଜର୍ଜିଆରେ ନିଜ ପରାଜୟକୁ ବେଆଇନ ଭାବେ ଓଲଟାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ହେଲେ ଦୋଷୀ ସାବ୍ୟସ୍ତ l

➡️୧୬-ନାଇଜେରିଆରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ , ୨୬ ସୈନିକ ପ୍ରାଣ ହରାଇଥିବା ବେଳେ ୮ଜଣ ଗୁରୁତର l

➡️୧୭-ରୁଷିଆର ଦକ୍ଷିଣ ଡାଗେସ୍ତାନର ଏକ ଗ୍ୟାସ ଷ୍ଟେସନରେ ବିସ୍ଫୋରଣ ଯୋଗୁଁ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ଜଣରୁ ଅଧିକ ହେଲେ ଆହତ l

➡️୧୮-ବିଶ୍ୱକପ ମ୍ୟାଚର ଟିକେଟ ପାଇଁ ଗତକାଲି ଠାରୁ ଆରମ୍ଭ ହେଲା ରେଜିଷ୍ଟ୍ରେସନ l ଆଇସିସି ୱେବସାଇଟ (www.cricketworldcup.com/register) ବ୍ୟତୀତ ଅଧିକାରିକ ଟିକେଟ ପାଟର୍ନର ୱେବସାଇଟରୁ ମଧ୍ୟ ଟିକେଟ ବୁକ୍ କରିପାରିବେ ଦର୍ଶକ ।

➡️୧୯-ୱେଷ୍ଟଇଣ୍ଡିଜ ଠାରୁ ଟି-୨୦ ସିରିଜ ହାରିବା ପରେ ଟିମ୍‌ ଇଣ୍ଡିଆର ଆରମ୍ଭ ହେଲା ଆୟରଲାଣ୍ଡ ଗସ୍ତ l ଏଥର ଟିମର ଦାୟିତ୍ୱ ନେଇଛନ୍ତି ଜସପ୍ରୀତ ବୁମରା । ଏଥର ବିନା କୋଚରେ ସିରିଜ ଖେଳିବ ଭାରତ । ପ୍ରଥମ ମ୍ୟାଚ ୧୮ ଅଗଷ୍ଟ ଶୁକ୍ରବାର ଆରମ୍ଭ ହେବ l

➡️୨୦-ଭାରତୀୟ ଫୁଟବଲ୍ ଲିଜେଣ୍ଡ ମହମ୍ମଦ ହବିବଙ୍କର ଗତକାଲି ହେଲା ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc