ନିରପେକ୍ଷ(ଭୁବନେଶ୍ୱର) ୧୫/௦୮ : ଆଜି ଅର୍ଥାତ ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷାର ତୀବ୍ରତା ବୃଦ୍ଧି ପାଇବ । ତେବେ କିଛି ଦିନର ମୌସୁମୀ ବ୍ରେକ୍ ପରେ ପୁଣିଥରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବ । ଏହାଦ୍ୱାରା ପୁଣି ରାଜ୍ୟରେ ବର୍ଷା ଆରମ୍ଭ ହେବ । ପ୍ରଥମ ଦିନରେ ଅର୍ଥାତ ୧୫ ଅଗଷ୍ଟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଆଶଙ୍କା ରହିଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ତେବେ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ତ୍ତମାନ ମୌସୁମୀ ନମ୍ନଚାପ ରେଖା ବର୍ତ୍ତମାନ ନିଜର ସ୍ୱାଭାବିକ ଅବସ୍ଥାନଠାରୁ ଉତ୍ତରରେ ରହିଥିବା ଯୋଗୁଁ ରାଜ୍ୟରେ ବର୍ଷାର ପ୍ରକୋପ ରହିଥିଲା । ଏହା ପ୍ରଭାବରେ ରାଜ୍ୟରେ ବର୍ଷା କମିଥିବା ବେଳେ ଏବେ ମୌସୁମୀ ଟ୍ରଫ ଲାଇନ୍ ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରିବାରୁ ରାଜ୍ୟରେ ବର୍ଷା ପାଇଁ ପାଗ ଅନୁକୂଳ ହେଉଛି । ଅନ୍ୟପକ୍ଷେ ରେ ୧୬ଠାରୁ ବର୍ଷାର ପ୍ରକୋପ ବଢ଼ିବା ସହିତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।
