Home Breaking News ନଜର ପକାନ୍ତୁ ରାଜ୍ୟ ତଥା ଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ

ନଜର ପକାନ୍ତୁ ରାଜ୍ୟ ତଥା ଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ

by Admin
0 comment

୧-‘ଭାରତ ହେଉଛି ଲୋକତନ୍ତ୍ରର ଜନନୀ’, ୭୭ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ସମ୍ବୋଧନ।

୨-ଭୁବନେଶ୍ୱର: ରାଜଧାନୀରେ ୧୨୦୦ ମିଟର ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ।

୩-ଭୁବନେଶ୍ୱର:ବାହାନଗା ରେଳ ଦୁର୍ଘଟଣା ମୃତ ଶରୀର ପରିଚାଳନାରେ ଉତ୍ସର୍ଗୀକୃତ ସେବା ପାଇଁ ଏମ୍ସକୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ।

୪-ଗୁରୁଡିଝାଟିଆ:ଶ୍ରାବଣରେ ବର୍ଷାର ଲୁଚକାଳି ଖେଳ, ଧାନକ୍ଷେତ ଫାଟି ଆଁ।

୫-ବେଙ୍ଗାଳୁରୁ:ଚନ୍ଦ୍ର ଛୁଇଁ ବାକୁ ଚନ୍ଦ୍ରଯାନକୁ ଆଉ ୧୫୦ କିମି।ଆଜି ୧୦୦ କିମି ପାଖକୁ ଯିବ।

୬-ଫିରିଙ୍ଗିଆ ଥାନା ପୋଡି ଘଟଣା: ନୂଆପଦର ଗାଁରେ ଶାନ୍ତି କମିଟି ବୈଠକ, ଗାଁ ଗାଁ ବୁଲି ବିଶ୍ୱାସ ସୃଷ୍ଟି କଲା ପୋଲିସ।

୭-ଆକ୍ସନ ମୋଡ଼ରେ ବିଏମସି : ଅଳିଆ ପକେଇଲେ ଆଉ ନିସ୍ତାର ନାହିଁ।ଗଳି ଗଳି ବୁଲିବା ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ ଟିମ୍ ସାଇନ୍।

୮-ସୋର:ଭିଜିଲାନ୍ସ ହାତରେ ଧରାପଡିଲେ ସିମୁଳିଆ ମୁଖ୍ୟ କିରାଣୀ, ବକେୟା ବିଲ୍ ବୃଦ୍ଧି ପାଇଁ ନେଉଥିଲେ ୭ ହଜାର।

୯-ବରଗଡ଼ ଜିଲ୍ଲାର ବାଘପାଲି ଗାଁ ।ପଞ୍ଚଭୂତରେ ଲୀନ ହେଲେ ସହିଦ୍ ନୀଳାଞ୍ଚଳ ପଟେଲ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେଲା ସମ୍ପନ୍ନ।

୧୦-ଦାମନଯୋଡି : ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ଆଖ ପାଖ ଅଞ୍ଚଳର ୧୩୮ଟି ଫୁଟବଲ୍ ଟିମ୍ କୁ ନେଇ ୨୪ ତମ INDEPENDENCE CUP FOOTBALL TOURNAMENT 2023, ନାଲକୋ ଦାମନଯୋଡି ଶିଳ୍ପାଞ୍ଚଳର ୩ ଟି ଷ୍ଟାଡିୟମ୍ ରେ ୧୪ ଓ ୧୫ ଅଗଷ୍ଟ, ୨ ଦିନ ଧରି ନାଲକୋ ଦ୍ଵାରା ଆୟୋଜନ କରାଯାଇଛି।

୧୧-ବାଲୁକା କଳାରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜାଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

୧୨-କଟକ:ରତ୍ନଭଣ୍ଡାରର ରତ୍ନ ଗଣତି ମାମଲା,ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଘୁଞ୍ଚିଲା ଶୁଣାଣି।

୧୩-ବୁର୍ଲା:ବୁର୍ଲା ମୁଖ୍ୟବନ୍ଧ କାର୍ଯ୍ୟାଳୟ ଘେରିଲେ ବିସ୍ଥାପିତ,ଦାବୀପୁରଣ ନ ହେଲେ ଅକ୍ଟୋବର ମାସ ୧ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

୧୪-ଦେବଗଡ଼:ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର, ବୁର୍ଲା ସ୍ଥାନାନ୍ତର।

୧୫-ରେଙ୍ଗାଲିକ୍ୟାମ୍ପ:ଟ୍ରକ ଧକ୍କାରେ ୨ କଲେଜ ଛାତ୍ରୀ ମୃତ, ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କ ଦ୍ବାରା ରାସ୍ତା ଅବରୋଧ।

୧୬-ଏଟିଏମ୍ ଲୁଟ୍ ପରି ଅପରାଧ ପାଇଁ ମିଳିବ କଠୋର ହେବ ଦଣ୍ଡ। ନୂଆ ବିଧେୟକରେ ନୂଆ ବ୍ୟବସ୍ଥା।

୧୭-ହିମାଚଳ:ପାହାଡ଼ି ରାଜ୍ୟରେ ପ୍ରକୃତି କୋପ ! ହିମାଚଳରେ ବାଦଲଫଟା ବର୍ଷା-ବନ୍ୟା-ଭୂସ୍ଖଳନ।

୧୮-ନୂଆଦିଲ୍ଲୀ:ଦେଶର ୯୫୪ ଜଣ ପୁଲିସ ଅଧିକାରୀଙ୍କୁ ମିଳିବ ମେଡାଲ।

୧୯-ନୂଆଦିଲ୍ଲୀ:ଅଗଷ୍ଟ ୧୫ରୁ ଟମାଟୋ କେଜି ୫୦ ଟଙ୍କା, ଖୁଚୁରା ବଜାରରେ ଟମାଟୋ ଦର ହ୍ରାସ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ।

୨୦-ନୂଆଦିଲ୍ଲୀ: ଜାନୁଆରୀ ୨୬ ସୁଦ୍ଧା ୫ ହଜାର କୋଟିର ୪୨ ପ୍ରକଳ୍ପ ଘୋଷଣା କରିବେ ମୋଦି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc