
ନିରପେକ୍ଷ(ଭୁବନେଶ୍ବର) : ପୁଣି ଓଡିଶା ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ତେବେ କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ୪/୫ ଜଣ ବାବୁ ଆସି ଦେଖି ଦେଇଗଲେ ମେଟ୍ରୋ ହୋଇଯାଏନି। ମାଟିର ଅନୁଧ୍ୟାନ ହେଲା ବୋଲି କୁହାଗଲା, ସେମିତି କଣ ମେଟ୍ରୋ ହୋଇଯାଏ? ଷ୍ଟେସନ ଆଗରେ ପାଣି ଜମୁଥିବା କଥା କହି ପରୋକ୍ଷରେ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର।
