ନିରପେକ୍ଷ ବ୍ୟୁରୋ: ଆରମ୍ଭ ହେବ ସନ ଅଭିଯାନ ,ସୂର୍ଯ୍ୟ ପୃଷ୍ଠରେ ବିଭିନ୍ନ ରହସ୍ୟ ବିଷୟରେ ଭେଦ କରିବ ଭାରତ ଚନ୍ଦ୍ରଯାନ -୩ର ସଫଳ ଉତକ୍ଷେପଣ ପରେ ଭାରତୀୟ ମହାକାଶ ଗଵେଷଣା କେନ୍ଦ୍ର ( ISRO ) ସୂର୍ଯ୍ୟରେ ଅନ୍ଵେଷଣ କରିଵା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆଦିତ୍ୟ – L1 ମିଶନ ଜରିଆରେ ଇସ୍ରୋ, ସୂର୍ଯ୍ୟ ଓ ପୃଥୀଵି ମଧ୍ୟରେ ଥିବା ଵାୟୁମଣ୍ଡଳାୟ ପରିଵର୍ତ୍ତକୁ ଅନୁଧ୍ୟାନ କରିଵ । PSLV- C57 ରକେଟ ମାଧ୍ୟମରେ ଆଦିତ୍ୟ – L1 ଉପଗ୍ରହକୁ ସୂର୍ଯ୍ୟର L1 କକ୍ଷ ପଥରେ ଉତକ୍ଷେପଣ କରିଵ । ଯାହା ପୃଥିଵୀ ଠାରୁ ୧.୫ ମିଲିୟନ କିଲୋମିଟର ଦୂରରେ ରହି ସୂର୍ଯ୍ୟ ଓ ପୃଥିଵୀ ମଧ୍ୟରେ ଘଟୁ ଥିଵା ଵାୟୁମଣ୍ଡଳୀୟ ପରିଵର୍ତ୍ତନକୁ ଅନୁଧ୍ୟାନ କରିଵ ।
