
ନିରପେକ୍ଷ(ଭୁବନେଶ୍ବର) : ପୋଲିସ ସେବା କ୍ଷେତ୍ର ରେ ସାହସିକତା ପାଇଁ ଓଡ଼ିଶାର ୪ ଜଣଙ୍କୁ ମିଳିବ ପୁଲିସ ପଦକ। ସୁବେଦାର ପ୍ରହ୍ଲାଦ ହିମିରିକା, SI ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ ବରିହା ଓ ସୁଜିତ କୁମାର ରଣାଙ୍କୁ ସାହସିକତା ପଦକ ଦିଆଯିବ। ଅତି ଉଲ୍ଲେଖନୀୟ ସେବା ପାଇଁ ADG ସଂଜୟ କୁମାର, ଅତିରିକ୍ତ ଏସପି ରବୀନ୍ଦ୍ରନାଥ ଶତପଥୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯିବ। ସେହିପରି ପ୍ରଶଂସନୀୟ ସେବା ପାଇଁ ୧୧ଜଣଙ୍କୁ ପୁଲିସ ପଦକ ଦିଆଯିବ।

IG ଡ. ଦୀପକ କୁମାର, ଅତିରିକ୍ତ ଏସପି ଅନନ୍ତ ଚରଣ ପତିଙ୍କୁ ପଦକ ଦିଆଯିବ । ଅତିରିକ୍ତ ଏସପି ବେଣୁଧର ନାୟକ, ଡିଏସପି ରାଜୀବ ଲୋଚନ ପଣ୍ଡା, ଡିଏସପି ଭିଜିଲାନ୍ସ ଅମିତା ତ୍ରିପାଠୀ, ହାବିଲଦାର କୃଷ୍ଣଚନ୍ଦ୍ର ମହାନ୍ତ, କନଷ୍ଟେବଳ ପିଟର ତୀର୍କି, ଏଏସଆଇ ଗୁପ୍ତ ପ୍ରସାଦ ମହାନ୍ତି, ଏସଆଇ ଦିଲ୍ଲୀପ କୁମାର ନାଏକ, କନଷ୍ଟେବଳ ସୁଶାନ୍ତ କୁମାର ମାଝୀ ଓ ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନଙ୍କୁ ପ୍ରଂଶସନୀୟ ସେବା ପାଇଁ ପଦକ ଦିଆଯିବ ।
