Home Breaking News ଦିନର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ଉପରେ ନଜର ପକାନ୍ତୁ

ଦିନର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ଉପରେ ନଜର ପକାନ୍ତୁ

by Admin
0 comment

୧-‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସୋସିଆଲ ମିଡିଆ DPରେ ଜାତୀୟ ପତାକା ଫଟୋ ଲଗାଇକୁ ଦେଶବାସୀଙ୍କୁ ନିବେଦନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୨-ଏଥର ଅଗଷ୍ଟ ୧୫ ଅର୍ଥାତ୍‌ ୭୭ତମ ସ୍ୱାଧୀନତା ଦିବସରେ ଲାଲ୍‌ କିଲ୍ଲା ସମାରୋହରେ ସାମିଲ ହେବେ କୃଷକ, ନର୍ସ, ଶିକ୍ଷକଙ୍କ ସମେତ ୧୮୦୦ ସ୍ୱତନ୍ତ୍ର ଅତିଥି l

➡️୩-ଅମାନିଆକୁ ସାବାଡ କରିବାକୁ ବିଏମସି ହେଲା କଠୋର, ଏଣିକି ବାହାରେ ଅଳିଆ ପକାଇଲେ ଧରିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ l

➡️୪-ଏଣିକି ଉତ୍ତରପ୍ରଦେଶରେ ରବିବାର ମଧ୍ୟ ଖୋଲା ରହିବ ବିଦ୍ୟାଳୟ, ପାଠପଢ଼ା ସହ ବିଭିନ୍ନ ଦେଶାତ୍ମବୋଧ କାର୍ଯ୍ୟକ୍ରମରେ ସାମିଲ ହେବେ ପିଲା।

➡️୫-ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର, ଦିଲ୍ଲୀର ଲାଲକିଲ୍ଲାରେ ସମାରୋହକୁ ଆସୁଥିବା ଯାତ୍ରୀମାନଙ୍କ ଯାତ୍ରାକୁ ଟିକେ ସୁବିଧାଜନକ କରିବା ପାଇଁ ଅଗଷ୍ଟ ୧୫ରେ ଗଡିବ ମେଟ୍ରୋ ଟ୍ରେନ୍ l

➡️୬-ଅଯୋଧ୍ୟା ରାମମନ୍ଦିର ପୂଜକଙ୍କୁ ମିଳିବ ସରକାରୀସ୍ତରୀୟ ସୁବିଧା, ବଢିବ ଦରମା l

➡️୭-ଜାତୀୟ ମେଡିକାଲ କମିସନ ଆଣିଲା ନୂଆ ନିୟମ, ଏଣିକି ଜନୌଷଧି ନ ଲେଖିଲେ ରଦ୍ଦ ହେବ ଡାକ୍ତରୀ ଲାଇସେନ୍ସ l

➡️୮-ହ୍ୱାଟସଆପ୍ ଲଞ୍ଚ କଲା ଜରୁରୀ ଫିଚର ସ୍କ୍ରିନ ସେୟାରିଂ, ଏଣିକି ଫୋନରେ ଅନ୍ୟକୁ ବୁଝାଇବା ହୋଇଯିବ ବହୁ ସହଜ l ଜଣେ ୟୁଜର ଫୋନରେ ଥିବା କଣ୍ଟେଣ୍ଟକୁ ଅନ୍ୟକୁ ଦେଖାଇବା ଓ ବୁଝାଇବାରେ ସମର୍ଥ ହୋଇପାରିବ ।

➡️୯-ଖୁବଶୀଘ୍ର ଗଠନ ହୋଇପାରେ ଓଡ଼ିଶା ବିଧାନ ପରିଷଦ । ଶୀତ ଅଧିବେସନରେ ସଂସଦରେ ବିଲ୍ ଆଗତ କରିପାରନ୍ତି କେନ୍ଦ୍ର ସରକାର । ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି l

➡️୧୦-ବଢୁଛି ଫିଲ୍ମ ‘ଗଦର-୨’ର ଚାହିଦା, ମାତ୍ର ଦୁଇ ଦିନରେ କଲାଣି ୮୦ କୋଟିରୁ ଅଧିକ ଟଙ୍କାର ବେପାର l

➡️୧୧-୫-ଟି ସଚିବ ଭିକେ ପାଣ୍ଡିଆନ ଅଗଷ୍ଟ ୨୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଯିବେ l

➡️୧୨-ସୀମା ବିବାଦ ନେଇ ଆଜି ହେବ ଭାରତ-ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ l

➡️୧୩-ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା.. ଏଣିକି ସୀମାରେ ପହରା ଦେବ ଅତ୍ୟାଧୁନିକ ଡ୍ରୋନ ହେରୋନ ମାର୍କ-୨ l ଅନୁପ୍ରବେଶକାରୀ ଓ ଆତଙ୍କବାଦୀଙ୍କ ଉପରେ ରଖିବ ନଜର l

➡️୧୪-ଆସନ୍ତା ନିର୍ବାଚନରେ ଲଢ଼ିବେନି ସୁର ରାଉତରାୟ.. ସାନ ପୁଅକୁ ଜଟଣି ଆସନ ଛାଡ଼ିବେ ଏବଂ ବଡ଼ ପୁଅକୁ ସାଂସଦ ଭାବେ ନିର୍ବାଚିତ କରିବାକୁ ସୁର ରାଉତରାୟଙ୍କ ନିଷ୍ପତ୍ତି l

➡️୧୫-ମଣିପୁର ହିଂସା ସହ ଜଡିତ ୯ଟି ମାମଲା ସିବିଆଇ ଦ୍ୱାରା ତଦନ୍ତ କରାଯିବ ଏବଂ ଏଜେନ୍ସି ଦ୍ୱାରା ଯାଞ୍ଚ କରାଯାଉଥିବା ମୋଟ ୧୭ଟି ମାମଲା ହେବ l

➡️୧୬-ଆଜି ବରଗଡ଼ ଭେଡେନ୍ ବାଘପାଲି ଗାଁରେ ପହଞ୍ଚିବ ସହିଦ ଯବାନ ନୀଳାଞ୍ଚଳଙ୍କ ପାର୍ଥିବ ଶରୀର। ଶୁକ୍ରବାର ପାଟ୍ରୋଲିଂ ସମୟରେ ଦୁର୍ଘଟଣାରେ ହୋଇଥିଲେ ସହିଦ l ସେ ୪୮-ଆସାମ ରାଇଫଲରେ ମଣିପୁରରେ କାର୍ଯ୍ୟରତ ଥିଲେ ।

➡️୧୭-ପାକିସ୍ତାନ ଗ୍ବାଦରରେ ୨୩ଜଣ ଚିନ୍ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆକ୍ରମଣ l ଆକ୍ରମଣରେ ୪ ଚୀନ ନାଗରିକ ଓ ପାକ ସୈନ୍ୟ ମୃତ l

➡️୧୮-ଭାରତ-ୱେଷ୍ଟଇଣ୍ଡିଜ : ଭାରତର ଶୃଙ୍ଖଳା ପରାଜୟ, ଶେଷ ଟ୍ବେଣ୍ଟି-୨୦କୁ ୮ ୱିକେଟ୍‌ରେ ହାରିଲା l ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ୱେଷ୍ଟଇଣ୍ଡିଜ୍ ଏକ ୫ ମ୍ୟାଚ୍‌ ଶୃଙ୍ଖଳାରେ ପରାସ୍ତ କରିଛି।

➡️୧୯-ଏସିଆ କପ୍ ଓ ବିଶ୍ୱକପ୍ ପୂର୍ବରୁ ଭଗବାନଙ୍କ ଶରଣରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା । ପତ୍ନୀ ଏବଂ ଝିଅଙ୍କ ସହ କଲେ ତିରୁପତି ବାଲାଜୀ ମନ୍ଦିର ଦର୍ଶନ l

➡️୨୦-ଫୁଟବଲ ମ୍ୟାଚରେ ଖେଳାଳିଙ୍କୁ ରେଡ କାର୍ଡ ଦିଆଯାଏ। କିନ୍ତୁ ବର୍ତ୍ତମାନ କ୍ରିକେଟରେ ରେଡ କାର୍ଡ ମଧ୍ୟ ବ୍ୟବହାର କରାଯିବ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc