Home news ଅଳିଆ ପକାଉଥିଲେ ସାବଧାନ ; ନଜର ରଖିବ ‘ଟିମ୍ ସାଇନ’

ଅଳିଆ ପକାଉଥିଲେ ସାବଧାନ ; ନଜର ରଖିବ ‘ଟିମ୍ ସାଇନ’

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) : ବାହାରେ ଅଳିଆ ପକାଇଲେ ଆଉ ନିସ୍ତାର ନାହିଁ ଯଦି ବାହାରେ ଅଳିଆ ପକାଉଛନ୍ତି , ତେବେ ହୋଇଯାଆନ୍ତୁ ସାବଧାନ । ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ବାଡ ‘ଟିମ୍ ସାଇନ’ । ଟିମ୍ ସାଇନ ଅର୍ଥାତ ସାନିଟେସନ ଏବଂ ହାଇଜିନ୍ ଇନସ୍ପେକସନ ଫର୍ ନିଟ୍ ଏନଭରନମେଣ୍ଟ । ଆଜି ଏହାର ବିଧିବଦ୍ଧ ଶୁଭାରମ୍ଭ କରିଛନ୍ତି ବିଏମସି ମେୟର ଏବଂ କମିଶନର । ପ୍ରଥମ ପର୍ଯ୍ୟାୟରେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ କାମ କରିବ । ଅଳିଆ ଆବର୍ଜନା କଲେ ପ୍ରଥମେ ସଚେତନ କରାଯିବ । ଏହା ପରେ ବି ଅଳିଆ ଆବର୍ଜନା ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଶୁଭାରମ୍ଭ ଅବସରରେ ବିଏମସି ଟିମ୍‌ ସାଇନ ବା ଏନଫୋର୍ସମେଣ୍ଟ ଟିମର ରୋଡ ଶୋ ଅନୁଷ୍ଠିତ ହୋଇଛି । ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ପର୍ଯ୍ୟନ୍ତ ରୋଡ ଶୋ ହୋଇଛି । ରାଲି ମାଧ୍ୟମରେ ରାଜଧାନୀବାସୀଙ୍କୁ ସ୍ବଚ୍ଛତା ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଛି। ଦରକାର ପଡିଲେ କାର୍ଯ୍ୟନୁଷ୍ଠାନ ନେବ ଏହି ଟିମ୍ । ପ୍ରତି ସ୍କ୍ଵାଡରେ ରହିବେ ୫ ଜଣ ସଦସ୍ୟ

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc