Home Breaking News ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-‘ହର ଘର ତିରଙ୍ଗା’ ଅଭିଯାନରେ ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ harghartiranga.com ରେ ତ୍ରିରଙ୍ଗା ସହ ଫଟୋ ଅପଲୋଡ କରିବା ପାଇଁ ନାଗରିକମାନଙ୍କୁ ଆହ୍ୱାନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୨-ଆସନ୍ତାକାଲି ଠାରୁ ପୁରୀରେ ଅନୁଷ୍ଠିତ ହେବ ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’, ଫଟୋ ବଖାଣିବ କଳା ସଂସ୍କୃତିର ଅନନ୍ୟ କାହାଣୀ l

➡️୩-ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ୍‌ । ବିଲ୍‌କୁ ଅନୁମୋଦନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

➡️୪-ମଧ୍ୟପ୍ରଦେଶର ସାଗରରେ ରାଷ୍ଟ୍ର ବିକାଶ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବା ସହିତ ଦେଶ ପାଇଁ ଉତ୍ସର୍ଗୀକୃତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୫-ଦେଶରେ ବଦଳିବ ଇଂରେଜ ଅମଳର ଆଇନ । ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ, ନାବାଳିକାଙ୍କ ସହ ଅପରାଧ ପାଇଁ ଏଣିକି ହେବ ମୃତ୍ୟୁଦଣ୍ଡ l

➡️୬-ଦେଶରେ କମିପାରେ ଟମାଟୋ ଟେନସନ । ଭାରତକୁ ଶସ୍ତା ଦରରେ ଟମାଟୋ ରପ୍ତାନୀ କରିବ ନେପାଳ l

➡️୭-ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍‌ l ଏବେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ବନ୍ଦ ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ନିଷ୍ପତ୍ତି ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ୍‌, ଜଳସ୍ତର ୬୧୫.୧୦ ଫୁଟ l

➡️୮-ରାଜଧାନୀର ସର୍ବସାଧାରଣ ସ୍ଥାନରେ ବେଆଇନ୍ ଭାବେ ପୋଷ୍ଟର ଓ ବ୍ୟାନର ମାରି ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ଅଭିଯୋଗରେ ବିଏମସିର କାର୍ଯ୍ୟାନୁଷ୍ଠାନ। ଗୋଟିଏ ଯାତ୍ରା ପାର୍ଟି ଓ ଅନ୍ୟ ଏକ ମନୋରଞ୍ଜନଧର୍ମୀ ଘରୋଇ ଟିଭି ଚ୍ୟାନେଲ ଉପରେ ୫୦ ହଜାର ଟଙ୍କା ଲେଖାଏଁ ହେଲା ଫାଇନ୍ l

➡️୯-ମୟୂରଭଞ୍ଜ ଜିଲ୍ଲାର ୧୬ ବ୍ଲକରେ ହେଉଛି ମେଗା ପାଇପ୍ ଜଳ ପ୍ରକଳ୍ପ । ଏଥିପାଇଁ ୨୧୨୭ କୋଟି ବ୍ୟୟ ବରାଦ ହୋଇଛି । ଆଗାମୀ ଅକ୍ଟୋବର ସୁଦ୍ଧା ତାହା କାର୍ଯ୍ୟକ୍ଷମ ହେବ । ସୂଚନା ଦେଲେ ୫-ଟି ସଚିବ ଭିକେ ପାଣ୍ଡିଆନ ।

➡️୧୦-ଆନନ୍ଦପୁରର ସହିଦ ଯବାନ ସୁଶାନ୍ତଙ୍କ ଚିତା ଲିଭି ନ ଥିବା ବେଳେ ଆସାମ ରାଇଫଲ୍ସରେ କାର୍ଯ୍ୟରତ ବୀର ଯବାନ ନୀଳାଚଳ ପଟେଲ ହେଲେ ଶହୀଦ l ବରଗଡ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ସୁନାଲରମ୍ଭା ଗ୍ରାମପଂଚାୟତ ସ୍ଥିତ ବାଘପାଲି ଗ୍ରାମର l ସେ ୨୦୦୦ ମସିହାରୁ କାର୍ଯ୍ୟରତ ଥିଲେ।

➡️୧୧-ଲୁହରେ ଭିଜିଲା ଆନନ୍ଦପୁର ସହରରେ ସହିଦ ଶୁଶାନ୍ତଙ୍କ ମରଶରୀର ପଟୁଆର ରେ ହଜାର ହଜାର ଜନତାଙ୍କ ଶେଷ ଦର୍ଶନ l ବୈତରଣୀ ନଦୀ କୂଳରେ ପାର୍ଥିବ ଶରୀରକୁ ଗାଡ ଅଫ ଅନର ଓ ତୋପ ସଲାମୀ ପରେ ରାଷ୍ଟ୍ରମର୍ଯ୍ୟାଦା ସହିତ ହେଲା ଶବଶଶ୍ନାର ସମ୍ପନ୍ନ l

➡️୧୨-କ୍ରିମିଆ ପୋଲ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ୧୪ଟି ଡ୍ରୋନକୁ ଖସାଇଲା ରୁଷ୍ l

➡️୧୩-ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହେଲେ ଅନୱର ଉଲ ହକ୍‌ କାକର୍‌ l

➡️୧୪-ଟ୍ରାଫିକ ପୋଲିସଙ୍କୁ ନେଇ ଆସିଲା ବଡ଼ ଖବର । ଏଣିକି ସେମାନେ ପିନ୍ଧିବେ ଏସି ହେଲମେଟ । ଗୁଜରାଟର ଅହମ୍ମଦାବାଦ ଟ୍ରାଫିକ ପୋଲିସ ପାଇଁ ଆସିଛି ଏହି ନିୟମ ।

➡️୧୫-ମସ୍କଙ୍କ ହାତକୁ ନିୟନ୍ତ୍ରଣ ଯିବା ପରେ ଜୁନ୍‌-ଜୁଲାଇରେ ଭାରତରେ ବ୍ୟାନ୍‌ ହୋଇଛି ୨୩ ଲକ୍ଷରୁ ଅଧିକ ଟ୍ବିଟର ଆକାଉଣ୍ଟ୍ l

➡️୧୬-ବ୍ରିଟେନରେ ପୁଣିଥରେ କରୋନା ନୂଆ ଭାରିଆଣ୍ଟ ନେଇ ଆତଙ୍କ, ୨୮ ଦିନରେ ସଂକ୍ରମଣରେ ୮୦ ପ୍ରତିଶତ ବୃଦ୍ଧି l

➡️୧୭-ପ୍ୟାରିସ୍‌ର ଇଫେଲ ଟାୱାରରେ ବୋମା ଆତଙ୍କ, ଟାୱାରର ୩ ମହଲା ଓ ଏକ ରେଷ୍ଟୁରାଣ୍ଟକୁ ଖାଲି କଲା ପୋଲିସ l ପ୍ରତିଦିନ ଆସନ୍ତି ୧୭ ହଜାରରୁ ଅଧିକ ପର୍ଯ୍ୟଟକ l

➡️୧୮-ଇଣ୍ଡିଆ-ୱେଷ୍ଟଇଣ୍ଡିଜ t-20 : ଜୟସଓ୍ଵାଲ ଓ ଗିଲ୍‌ଙ୍କ ଦୁର୍ଦ୍ଦଷ ବ୍ୟାଟିଂରେ ଓ୍ଵେଷ୍ଟଇଣ୍ଡିଜ ଧରାଶାୟୀ, ସିରିଜ୍ ବରାବର l ଆଜି ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା ଖେଳାଯିବ।

➡️୧୯-ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ମାଲେସିଆକୁ ହରାଇ ଚତୁର୍ଥ ଟାଇଟଲ ଜିତିଲା ଭାରତ l ଫାଇନାଲ ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପାଇଁ ଭାରତର ହାର୍ଦିକ ସିଂହ ହେଲେ ପ୍ଲେୟାର ଅଫ ଦି ମ୍ୟାଚ l

➡️୨୦-ଆଗାମୀ ଏସୀୟ କ୍ରୀଡ଼ା ଲାଗି ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷଣ ଶିବିର ଆଜିଠାରୁ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରଠାରେ ଆୟୋଜିତ ହେବ। ବାଦ୍‌ ପଡ଼ିଲେ ରାଣୀ: ଓଡ଼ିଶାରୁ ସ୍ଥାନ ପାଇଲେ ଦୀପଙ୍କ ସହ ୫ ଜଣ l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc