Home Breaking News ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ସୁଶାନ୍ତ ଖୁଣ୍ଟିଆ

ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ସୁଶାନ୍ତ ଖୁଣ୍ଟିଆ

by Admin
0 comment

କେନ୍ଦୁଝର: ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ସୁଶାନ୍ତ ଖୁଣ୍ଟିଆ । ନକ୍ସଲ ଗୁଳିରେ ସହିଦ୍ ହୋଇଥିବା ଆନନ୍ଦପୁରର ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯାଇଛି ଅନ୍ତିମ ସଂସ୍କାର। ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି।

ଆଜି ସୁଶାନ୍ତ କୁମାର ଖୁଣ୍ଟିଆଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ସହିଦ୍ ସୁଶାନ୍ତ ଅମର ରହେ ଧ୍ୱନିରେ ଚାରିଆଡ଼େ ପ୍ରକମ୍ପିତ ହୋଇଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସହିଦଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ସହିଦ୍ ଯବାନଙ୍କ ମରଶରୀର ରାଞ୍ଚିରୁ କେନ୍ଦୁଝର ଦେଇ ସଡ଼କ ପଥରେ ଆସିବା ପରେ ଶୈଲଙ୍ଗ ଛକ ନିକଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ତାଙ୍କ ଘରେ ପରିବାର ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ଶୋଭାଯାତ୍ରାରେ ବୈତରଣୀ ନଦୀକୂଳ ଶ୍ମଶାନକୁ ନିଆ ଯାଇଥିଲା।

ଖବର ଅନୁଯାୟୀ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର କୋଲହନ ଜଙ୍ଗଲରେ ଝାରଖଣ୍ଡ ପୁଲିସ, ସିଆରପିଏଫ୍‌‌ ଯବାନ ଏବଂ ନକ୍ସଲଙ୍କ ସହ ଗୁଳି ବିନିମୟରେ ଓଡ଼ିଆ ସିଆରପିଏଫ୍‌‌ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ(୩୩) ସହିଦ ହୋଇଥିଲେ। ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଏୟାର ଲିଫ୍ଟ କରାଯାଇ ରାଞ୍ଚିର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଯବାନ ସୁଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଗୋଏଲକେରା ଅଞ୍ଚଳର କୋଲହନ ଜଙ୍ଗଲରେ ୬୦ ବାଟାଲିୟନ ସିଆରପିଏଫ୍‌‌ ପୁଲିସ ଏବଂ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ କମ୍ୱିଂ ଅପରେସନ ଚାଲିଥିବାବେଳେ ଏଭଳି ଦୁଃଖଦ ଘଟଣା ଘଟିଥିଲା। ଗୁଳି ବିନିମୟ ହେଉଥିବା ବେଳେ ହଠାତ୍‌‌ ନକ୍ସଲଙ୍କ ପକ୍ଷରୁ ଏକ ଗୁଳି ସୁଶାନ୍ତଙ୍କ ଛାତିରେ ବାଜି ଭେଦ କରିଥିଲା। ଫଳରେ ସେ ସେହିଠାରେ ହିଁ ଟଳି ପଡ଼ିଥିଲେ।ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ଦେହାନ୍ତଙ୍କୁ ମିଶାଇ ମାତ୍ର ୩ବର୍ଷ ମଧ୍ୟରେ ତାଙ୍କ ବାପା ଏବଂ ଦୁଇ ଭାଇଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି। ଏବେ ଘରେ ମୁରବୀ କହିଲେ କେହି ନାହାନ୍ତି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc