Home Breaking News ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-ବରପାଲିରେ ଗଙ୍ଗାଧର ସ୍ମୃତି ପୀଠର ହେବ ରୂପାନ୍ତର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କଲେ ୨ କୋଟି ଟଙ୍କା l

➡️୨-ବଦଳିଯିବ ବ୍ରିଟିଶ ଅମଳର ଆଇନ । ଦେଶରୁ ହଟିବ ଆଇପିସି, ସିଆରପିସି ଏବଂ ଆଇଇଏ । ମୃତ୍ୟୁଦଣ୍ଡାଦେଶ ବଦଳିଯିବ ଆଜୀବନ କାରାଦଣ୍ଡ l ଏହାକୁ ନେଇ ଲୋକସଭାରେ ତିନୋଟି ବିଲ୍ ଆଗତ କରିଛନ୍ତି କେନ୍ଦ୍ର ସରକାର ।

➡️୩-ବିଏମସିର ନୂଆ ଗାଇଡଲାଇନ୍, ଏଣିକି ଗାଈଗୋରୁଙ୍କୁ ଏଣେତେଣେ ଛାଡ଼ିପାରିବେନି ମାଲିକ l ଯଦି ଛାଡ଼ିବେ, ତେବେ ବିଏମସି ସେଭଳି ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନେବ।

➡️୪-ଜାତୀୟସ୍ତରରେ ପ୍ରଶଂସିତ ହୋଇ ‘ଭୂମି ସମ୍ମାନ ପ୍ଲାଟିନମ୍‌’ ଜାତୀୟସ୍ତରରେ ପୁରସ୍କାରପ୍ରାପ୍ତ ଗଞ୍ଜାମ ଜିଲ୍ଲାକୁ କରାଗଲା ରାଜ୍ୟସ୍ତରରେ ସମ୍ମାନିତ l

➡️୫-ଜାତୀୟ ଆପ୍ରେଣ୍ଟିସିପ୍ ପ୍ରୋତ୍ସାହନ ଯୋଜନାରେ ଡିବିଟିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୧ ଲକ୍ଷ ଆପ୍ରେଣ୍ଟିସ୍‌ଙ୍କୁ ୧୫ କୋଟି ଟଙ୍କା ହେଲା ବିତରଣ l

➡️୬-ଆଜି ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ବସିବ ପରିଚାଳନା ଓ ଉନ୍ନୟନ କମିଟି(ଏସ୍‌ଏମ୍‌ଡିସି) ବୈଠକ(ପିଟିଏମ୍‌) l ଏଥିରେ ସମସ୍ତ ଅଭିଭାବକ, ଏସ୍‌ଏମ୍‌ସି ଓ ଏସଏମ୍‌ଡିସିର ସଦସ୍ୟମାନେ ଯୋଗଦେବେ।

➡️୭-ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ ମାମଲାର ଶୁଣାଣି ଆଜି କରିବେ।

➡️୮-ରାଜ୍ୟରେ ନିଯୁକ୍ତ ହେବେ ଆଉ ୭୨୭୬ ଡାକ୍ତର। ଏନେଇ ଓପିଏସ୍‌ସି ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି l

➡️୯-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଖିବେ ‘ଗଦ୍ଦର-୨’ ଫିଲ୍ମ । ନିର୍ଦ୍ଦେଶକ କହିଲେ, ଏହା ଆମ ପାଇଁ ବଡ ସମ୍ମାନର କଥା ।

➡️୧୦-ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଜୟାପ୍ରଦାଙ୍କୁ ଚେନ୍ନାଇର ଏକ କୋର୍ଟ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଲେ l

➡️୧୧-ସରିଲା ମୌସୁମୀ ଅଧିବେଶନ, ୫ ସଦସ୍ୟଙ୍କୁ ବିଦା‌ୟ ଦେଲା ରାଜ୍ୟସଭା l ଜମି ବନ୍ଦୋବସ୍ତ ଆଇନ-୧୯୮୩ର ସଂଶୋଧନ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ l ଉଭୟ ଲୋକସଭା ଏବଂ ରାଜ୍ୟସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ହେଲା ମୁଲତବୀ ଘୋଷଣା ।

➡️୧୨-ଝାଡ଼ଖଣ୍ଡରେ ନକ୍ସଲଙ୍କ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ପୋରଣରେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

➡️୧୩-ରାଜ୍ୟରେ ୧୭ଟି ଅଣବିଜେଡି ଓ ଅଣବିଜେପି ଦଳ ଏକଜୁଟ ହୋଇ ଆଗାମୀ ଦିନରେ ମିଳିତ ଭାବେ ରାଜ୍ୟର ସବୁ ଜିଲ୍ଲାରେ ଦୁର୍ବାର ଆନ୍ଦୋଳନ କରିବାକୁ ନେଲେ ନିଷ୍ପତ୍ତି l

➡️୧୪-ଏଣିକି ସ୍କୁଲ କ୍ୟାମ୍ପସରେ କିମ୍ବା ଶ୍ରେଣୀଗୃହରେ ପିଲାମାନଙ୍କୁ ମୋବାଇଲ ବ୍ୟବହାରକୁ ନେଇ କଡା ନିୟମ କଲେ ଦିଲ୍ଲୀ ସରକାର ।

➡️୧୫-ବିରଳ ମହାଜାଗତିକ ଦୃଶ୍ୟ ଦେଖିବାର ସୁଯୋଗ, ଆଜି ମଧ୍ୟ ରାତିରେ ଆକାଶରୁ ଖସିବ ଶହ ଶହ ତାରା l ଏହାକୁ ଖୋଲା ଆଖିରେ ମଧ୍ୟ ଦେଖାଯାଇପାରିବ। ବର୍ଷର ଏହି ସମୟରେ ହେବାକୁ ଥିବା ଉଲକାବୃଷ୍ଟି ଅବା ତାରା ଖସିବାକୁ ପର୍ସେଡ କୁହାଯାଏ ।

➡️୧୬-ମିସନ ‘ଗଗନୟାନ’ ଲାଗି ଯୁଦ୍ଧକାଳୀନ ପ୍ରସ୍ତୁତି ଚଳାଇଛନ୍ତି ଇସ୍ରୋ, ଡ୍ରଗ୍ ପାରାସ୍ୟୁଟର ହେଲା ସଫଳ ପରୀକ୍ଷଣ l

➡️୧୭-ଆଫ୍ରିକୀୟ ଦେଶ ନାଇଜରରେ ଥିବା ନାଗରିକଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ କହିଲା ଭାରତ l

➡️୧୮-ଇଣ୍ଡିଆ – ଓ୍ଵେଷ୍ଟଇଣ୍ଡିଜ : ସିରିଜ୍‌ର ଚତୁର୍ଥ ଟି-୨୦ ମ୍ୟାଚ୍ ଆଜି ଆମେରିକାରେ ଖେଳାଯିବ।

➡️୧୯-ଓଡ଼ିଶାର ଦୁଇ ବ୍ୟାଡମିଣ୍ଟନ ତାରକା ପଣ୍ଡା ଭଉଣୀ ଋତାପର୍ଣ୍ଣା ଓ ଶ୍ବେତପର୍ଣ୍ଣା ବିଡବ୍ଲୁଏଫ୍‌ ତାଜିକସ୍ତାନ ଆନ୍ତର୍ଜାତିକ ସିରିଜ୍‌ରେ ଜିତିଲେ ସ୍ବର୍ଣ୍ଣ ପଦକ l ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ଭଉଣୀ l

➡️୨୦-ଏସିଆନ ଚମ୍ପିଆନ୍‌ସ ଟ୍ରଫି ହକି ସପ୍ତମ ସଂସ୍କରଣର ଫାଇନାଲ ମ୍ୟାଚ ରେ ଆଜି ମାଲେସିଆ-ଭାରତ ମଧ୍ୟରେ ହେବ l

➡️୨୧-ଇନ୍‌ଷ୍ଟାଗ୍ରାମରେ ସର୍ବାଧିକ ଆୟ କରୁଥିବା ଭାରତୀୟଙ୍କ ମଧ୍ୟରେ ବିରାଟ କୋହଲି ହେଲେ ୧ ନମ୍ବର l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc