Home news ଓଡିଶାରେ କଂଗ୍ରେସ ଉପରେ ଲୋକଙ୍କ ଆଉ ବିଶ୍ୱାସ ନାହିଁ

ଓଡିଶାରେ କଂଗ୍ରେସ ଉପରେ ଲୋକଙ୍କ ଆଉ ବିଶ୍ୱାସ ନାହିଁ

by Admin
0 comment

ନିରପେକ୍ଷ ବ୍ୟୁରୋ : ଓଡ଼ିଶାରେ କଂଗ୍ରେସ ଗତ ୨୮ ବର୍ଷ ହେଲା ବିଜୟୀ ହୋଇନାହିଁ । ଶେଷ ଥର ପାଇଁ କଂଗ୍ରେସ ଓଡ଼ିଶାରେ ୧୯୯୫ ମସିହାରେ ବିଜୟ ସ୍ବାଦ ଚାଖିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।୨୦୨୪ରେ ଏନଡିଏ ପୁଣି କ୍ଷମତାକୁ ଆସିବ । ଏଥିସହ ୨୦୨୮ରେ ପୁଣି ଥରେ ଅବିଶ୍ୱାସ ପ୍ରସ୍ତାବ ଆଣିବା ପ୍ରସ୍ତୁତ ରହିବାକୁ ବିରୋଧୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

କଂଗ୍ରେସକୁ ସମାଲୋଚନା କଲାବେଳେ ମୋଦୀ ଓଡିଶାର ଉଦାହରଣ ବି ଦେଇଥିଲେ । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ କଡ଼ା ଭାଷ‌ାରେ ସମା‌ଲୋଚନା କରୁଥିବା ବେଳେ ଅନ୍ୟପଟେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ସାଂସଦମାନେ ନିଜ ନିଜ ଆସନରେ ଠିଆ ହୋଇ ହାତରେ ପ୍ଲାକାର୍ଡ ଧରି ପ୍ରବଳ ହୋହଲ୍ଲା ସହିତ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc