Home news ବିଏମସି ରେ ବୁଡିବ ମଶାଙ୍କ ବଂଶ

ବିଏମସି ରେ ବୁଡିବ ମଶାଙ୍କ ବଂଶ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) :ବିଏମସି ର ମଶା ମରା ଅଭିଯାନ ଆଉ ମଶା ମାରିବ ଡ୍ରୋନ୍ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଏମସି ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନ୍ ବ୍ୟବହାର କରିବ । ଏନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ରାଜଧାନୀରେ ବଢୁଥିବା ଡେଙ୍ଗୁ ସଂଖ୍ୟାକୁ ନଜରରେ ରଖି ମଶା ଉତ୍ପତ୍ତି ସ୍ଥାନରେ ଡ୍ରୋନ୍ ମାଧ୍ୟମରେ ମଶାମରା ରାସାୟନିକ ସ୍ପ୍ରେ କରାଯିବ । ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡିକରେ ଏହି ଔଷଧ ସ୍ପ୍ରେ କରାଯିବ। ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା। ସେହିପରି ସାପ୍ତାହିକ ଡ୍ରାଏ ଡେ ପାଳନ କରାଯାଉଛି । ଅଗଷ୍ଟ ୧୫ରୁ ଅମାନିଆଙ୍କଠୁ ଜୋରିମାନା ଆଦାୟ କରିବ ବିଏମସି । ଯେଉଁମାନଙ୍କ ଘରେ କିମ୍ବା ଘର ଆଖପାଖରେ ମଶା ଲାର୍ଭା ଉତ୍ପତ୍ତି ହେଉଛି ତାକୁ ସଫା ନକଲେ ଫାଇନ ଆଦାୟ କରିବ ବିଏମସି । ତେଣୁ ଜନସାଧାରଣ ମଶା ବଂଶ ବୃଦ୍ଧି ରୋକିବାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ବିଏମସି ମେୟର ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc