Home Crime DNA ରିପୋର୍ଟ, ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ୍ସ ହେଉଛନ୍ତି ଦିନେଶ ଓ ଦୀପିକା

DNA ରିପୋର୍ଟ, ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ୍ସ ହେଉଛନ୍ତି ଦିନେଶ ଓ ଦୀପିକା

by Admin
0 comment

ନିରପେକ୍ଷ(ବ୍ରହ୍ମପୁର) : ଇତି ମଧ୍ୟରେ ଆସିଲା ଦୀପିକା ଓ ଦିନେଶଙ୍କ DNA ଟେଷ୍ଟ ରିପୋର୍ଟ । ତେବେ ରିପୋର୍ଟରେ ସ୍ପଷ୍ଟ ଲେଖା ଅଛି ଯେ, ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ୍ସ ହେଉଛନ୍ତି ଦିନେଶ ଓ ଦୀପିକା। ଗତକାଲି ଥାନାରୁ ସାର୍ଟିଫାଏଡ୍ କପି ଆଣିଥିଲେ ଦୀପିକା । ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ ଲ୍ୟାବ୍ ପକ୍ଷରୁ ପ୍ରସ୍ତୁତ ହୋଇଥିଲା । ୨୦୨୧ରେ ହୋଇଥିବା ମାମଲା ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା । ୨୦୨୨ରେ ଏହି ରିପୋର୍ଟକୁ ଏସଡିଜେଏମ, ବ୍ରହ୍ମପୁର ଏସପି ଓ ଟାଉନ ଥାନାକୁ ଏହି ରିପୋର୍ଟ ପ୍ରଦାନ କରିଥିଲା ଏସଏଫଏସଏଲ । ଏପର୍ଯ୍ୟନ୍ତ ଏହି ରିପୋର୍ଟ କୋର୍ଟରେ ଦିଆଯାଇନଥିବା ଅଭିଯୋଗ କରିଥିଲେ ଦୀପିକା । ତେବେ କୋର୍ଟର ଆବଶ୍ୟକତା ଓ ତାଙ୍କ ଓକିଲର ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଇଥିବା କହିଥିଲେ ବ୍ରହ୍ମପୁର ଏସପି ଶ୍ରବଣ ଏମ୍ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc