Home Breaking News ଦିନର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ଉପରେ ପକାନ୍ତୁ ନଜର

ଦିନର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ଉପରେ ପକାନ୍ତୁ ନଜର

by Admin
0 comment

୧-ଏଣିକି ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ରାଜ୍ୟର ୫ଟି ଉପକ୍ରମରେ ଥିବା ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ l

➡️୨-ରାଷ୍ଟ୍ରପତିଙ୍କଠାରୁ ଭୂମି ସମ୍ମାନ ପାଇଥିବା 19 ଟି ଜିଲ୍ଲା ଗୁଡିକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୩-କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ମହିଳା ଓ ସନ୍ତାନଙ୍କୁ ଏକାକୀ ଲାଳନ ପାଳନ କରୁଥିବା ପୁରୁଷଙ୍କ ପାଇଁ ଖୁସି ଖବର, ଏଣିକି ଚାକିରି କାଳ ମଧ୍ୟରେ ମିଳିବ ମୋଟ ୭୩୦ଦିନର ଛୁଟି l

➡️୪-ଚନ୍ଦ୍ରାୟାନ ଥ୍ରୀରୁ ମିଳିଲା ଉଭୟ ପୃଥୀବୀ ଓ ଚନ୍ଦ୍ରର ଫଟୋ । ଚନ୍ଦ୍ରୟାନ ଲ୍ୟାଣ୍ଡର ଇମେଜର କ୍ୟାମେରା ଉଠିଥିବା ଫଟୋକୁ ଟୁଇଟ କଲା ଇସ୍ରୋ l

➡️୫-ବୁଟ ଡାଲିକୁ ‘ଭାରତ ଡାଲି’ ଭାବରେ ବିକ୍ରି ଆରମ୍ଭ କଲେ କେନ୍ଦ୍ର ସରକାର l 1 କିଲୋଗ୍ରାମ ପ୍ୟାକେଟ୍ ପିଛା 60 ଟଙ୍କା l

➡️୬-ମାହାଙ୍ଗା ବ୍ଲକର ନନ୍ଦକିଶୋର ବିଦ୍ୟା ମନ୍ଦିର କୁସୁପୁର ସ୍କୁଲରେ କୃମି ଔଷଧ ଖାଇ ସ୍କୁଲରେ ୧୦ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଅସୁସ୍ଥ, ମେଡିକାଲ୍‌ରେ ହେଲେ ଭର୍ତ୍ତି l

➡️୭-ରାଜଧାନୀରେ ଡେଙ୍ଗୁ ବେକାବୁ, ସ୍ଥିତି ଅସମ୍ଭାଳ । ଖୋଦ୍ ରାଜଧାନୀର ସବୁଠୁ ବଡ଼ ସରକାରୀ ହସପିଟାଲର ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ଡେଙ୍ଗୁ ଆକ୍ରାନ୍ତ । ଆକ୍ରାନ୍ତଙ୍କ ଅନୁସାରେ ବେଡ୍ ନାହିଁ ।

➡️୮-ରଜନୀକାନ୍ତଙ୍କ ଜେଲର ସିନେମା ଦେଖିବା ପାଇଁ ଜାପାନରୁ ଭାରତକୁ ଆସିଛନ୍ତି ଜାପାନ ନାଗରିକ l

➡️୯-ବରିଷ୍ଠ ବିଜେପି ନେତ୍ରୀ ନିବେଦିତା ପ୍ରଧାନଙ୍କ ୬୦ଵର୍ଷ ଵୟସରେ ହେଲା ପରଲୋକ, ଥିଲେ କଟକର ପ୍ରଥମ ମେୟର l

➡️୧୦-ଆଜି ପ୍ରେକ୍ଷାଳୟରେ ରିଲିଜ୍‌ ହେବ ଫିଲ୍ମ ‘ଗଦର-୨’ l ପୂର୍ବରୁ ସାମ୍ନାକୁ ଆସିଲା ଓପେନିଂ କଲେକ୍ସନ, ପ୍ରଥମ ଦିନରେ ରୋଜଗାର ହେବ ୧୫-୧୮ କୋଟି ଟଙ୍କା l

➡️୧୧-ଗତ କିଛି ଦିନ ହେବ ମୁମ୍ବାଇରେ କରୋନାର ନୂଆ ମାମଲା ପୁଣି ବଢିବାରେ ଲାଗିଛି। ତେଣୁ ହସ୍ପିଟାଲ ଗୁଡିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ବିଏମସି l

➡️୧୨-ନିୟମ ନ ମାନି ୫୦ ଲକ୍ଷ ଫାଇନ୍ ମାମଲା: ଏଲନ ମସ୍କଙ୍କ କମ୍ପାନୀ ‘ଏକ୍ସ’ କୁ ହାଇକୋର୍ଟ ଦେଲେ ସୁରକ୍ଷା l

➡️୧୩-ଚାଲିଥିଲା ମୋଦୀଙ୍କ ଅଭିଭାଷଣ । ଅଧାରୁ ଗୃହତ୍ୟାଗ କଲେ ବିରୋଧୀ ସାଂସଦ । ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ ଏହା ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ନୁହେଁ ବରଂ ଅହଂକାରୀ ମେଣ୍ଟ

➡️୧୪-ସଂସଦର କାର୍ଯ୍ୟ ଚାଲିଥିବା ବେଳେ ସେ ବିଶୃଙ୍ଖଳା ଆଚରଣ କରିବାରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଲୋକସଭାରୁ ହେଲେ ନିଲମ୍ବିତ l

➡️୧୫-ଜାରି ହେଲା ନୂଆ ପଲିସି, ରେପୋ ରେଟ୍‌ ଅପରିବର୍ତ୍ତିତ, RBIର ଦାବି ଭାରତ ହେବ ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ l

➡️୧୬-ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ମହିଳାଙ୍କୁ ସ୍ମାର୍ଟଫୋନ୍ ବାଣ୍ଟିବା ସହ ୩ ବର୍ଷ ଯାଏ ମାଗଣାରେ ଦେବେ ଇଣ୍ଟରନେଟ୍ l

➡️୧୭-ପାକିସ୍ତାନ ପଳାଇଥିବା ଅଞ୍ଜୁଙ୍କର ବଦଳିଲା ସ୍ୱର, କହିଲେ ଭାରତ ଫେରିବାକୁ ଚାହୁଁଛି l

➡️୧୮-କ୍ରିକେଟ ଇତିହାସରେ ପ୍ରଥମ, ଭାରତ ଜର୍ସିରେ ଲେଖାଯିବ ପାକିସ୍ତାନ l ଅଗଷ୍ଟ ୩୦ରୁ ଖେଳାଯିବ ଏସିଆ କପ୍ ୨୦୨୩ ।

➡️୧୯-ଏସିଆନ ଗେମ୍ସ ପୂର୍ବରୁ ଆଥଲେଟ୍‌ ମାନଙ୍କର ହେଲା ନମୁନା ସଂଗ୍ରହ l ଜୁନ୍‌ ୧ରୁ ଓ ଜୁଲାଇ ୩୧ ପର୍ଯ୍ୟନ୍ତ ୯୦୦ରୁ ଊର୍ଦ୍ଧ୍ୱ ସାମ୍ପଲ ହେଲାଣି ସଂଗ୍ରହ।

➡️୨୦-ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଆଜି ଭାରତ-ଜାପାନ ମଧ୍ୟରେ ଅନୁଷ୍ଠିତ ହେବ ସେମିଫାଇନାଲ୍‌ ମ୍ୟାଚ l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc