ନିରପେକ୍ଷ(ଭୁବନେଶ୍ୱର) :ଅନେକ ସମୟରେ ଗାଁ ଗହଳି କୁହନ୍ତୁ ଅବା ସହର କୁହନ୍ତି କିଛି ସାପଧରାଳି ସାପ ଧରନ୍ତି । କିନ୍ତୁ ଏଣିକି ଏବେ ଅମାନିଆ ସାପ ଧରାଳିଙ୍କ ଉପରେ ଲାଗିବ ରୋକ୍। ଏଣିକି ଯେ କେହି ଚାହିଁଲେ ସାପ ଧରିପାରିବେ ନାହିଁ। ତେବେ କେବଳ ବନ ବିଭାଗ ଓ ଓସଡମା ତରଫରୁ ସ୍ବୀକୃତିପ୍ରାପ୍ତ ସାପ ଧରାଳି ହିଁ ସାପ ଧରିପାରିବେ। ଏଥିପାଇଁ ବନ ବିଭାଗ ସ୍ବତନ୍ତ୍ର ଭାବେ ସାପ ଧରାଳି ଚୟନ କରିବ। ଏନେଇ ମିଳିତ ଗାଇଡଲାଇନ ଜାରି କରିଛନ୍ତି ବନ ବିଭାଗ ଓ ଓସଡମା। ଗାଇଡଲାଇନ ଅନୁସାରେ ସାପଧରାଳିଙ୍କୁ ସରକାରଙ୍କ ତରଫରୁ କୌଣସି ପାରିଶ୍ରମିକ ଦିଆଯିବ ନାହିଁ।
