Home Breaking News ନଜର ପକାନ୍ତୁ ଦିନ ଯାକର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦିନ ଯାକର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ସାଢ଼େ ୪ ଲକ୍ଷ ପରିବାରଙ୍କୁ ମିଳିବ ଜମି ଅଧିକାର l ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଧିକାରକୁ ସୁନିଶ୍ଟିତ କରିବା ଏହି ଯୋଜନାର ଲକ୍ଷ୍ୟ ।

➡️୨-ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ କଲେଜ ଓ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାନକୁ ଆସନ୍ତା ୧୪ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟରେ ଭିତ୍ତିଭୂମିର ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦେଲେ ନିର୍ଦ୍ଦେଶ l

➡️୩-ଆସନ୍ତା ଅକ୍ଟୋବାର ପହିଲାରୁ ପେନ୍‌ସନ୍‌ ଓ ଭବିଷ୍ୟନିଧି ଆବେଦନ ଅନ୍‌ଲାଇନ୍‌ ମାଧ୍ୟମରେ ହେବ ବାଧ୍ୟତାମୂଳକ l ଆବେଦନକାରୀମାନେ କେବଳ ଅନଲାଇନ ଜରିଆରେ ଆବେଦନ କରିବେ।

➡️୪-ବଦଳିବ କେରଳ ରାଜ୍ୟର ନାମ, ରାଜ୍ୟ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ବିଧାନସଭାରେ ରାଜ୍ୟର ନାମ ପରିବର୍ତ୍ତନ କରିବାକୁ ଦେଲେ ପ୍ରସ୍ତାବ l କେରଳର ସରକାରୀ ନାମକୁ ‘କେରଳମ୍’ ନାମରେ ହେବ ରିବର୍ତ୍ତନ l

➡️୫-ବିଧାନସଭାରେ ହେଲା ମୋବାଇଲ ମନା, ଏଣିକି କାଗଜପତ୍ର ଫିଙ୍ଗିପାରିବେନି କି ହୋହଲ୍ଲା ବି ଆଉ କରିପାରିବେନି l

➡️୬-ଚନ୍ଦ୍ରଯାନ-୩କୁ ନେଇ ଆସିଲା ବଡ଼ ସୂଚନା । ଚନ୍ଦ୍ରର ୧୭୪ କିଲୋମିଟର ଦୂରରେ ବୁଲୁଛି ଯାନ l ଆସନ୍ତା ଅଗଷ୍ଟ ୧୪ରେ ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ ।

➡️୭-ବିଏମସି ଅଂଚଳରେ ଥିବା ବ୍ୟକ୍ତିଗତ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଅବା ସଂସ୍ଥା ପରିସରରେ ଡେଙ୍ଗୁ ମଶା ଜନ୍ମ ନେଉଥିବାର ସ୍ଥାନ କିମ୍ବା ଲାର୍ଭା ମିଳିଲେ ହେବ ଜୋରିମାନା ଆଦାୟ l ପ୍ରମାଣ ମିିଳିଲେ ୧ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ ହେବ ବୋଲି ବିଏମସି ଦେଲା ଚେତାବନୀ l

➡️୮-ଓଡ଼ିଶାରେ ଆରମ୍ଭ ହେଲା ମେରୀ ମାଟି ମେରା ଦେଶ ଅଭିଯାନ l ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

➡️୯-ଆସନ୍ତା ୨୧ ତାରିଖରେ ପୁଣି ଥରେ ଝାରସୁଗୁଡ଼ା ADJ କୋର୍ଟରେ ହାଜର ହେବ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ।

➡️୧୦-ଆସନ୍ତାକାଲି ମୁକ୍ତିଲାଭ କରିବ ଫିଲ୍ମ ‘ଓମଏମଜି ଟୁ’ l ସିନେମା ଟ୍ରେଲରରେ ଶିବବେଶରେ ଦୋକାନୀଙ୍କୁ କଚୋଡ଼ି ମାଗିବା ପଡ଼ିଲା ମହଙ୍ଗା, ଅକ୍ଷୟ କୁମାରଙ୍କୁ ଲାଗିଲା ନୋଟିସ୍ l

➡️୧୧-ଅନାସ୍ଥା ବିତର୍କରେ ରାହୁଲ୍‌ଙ୍କ ରଣହୁଙ୍କାର । ମଣିପୁର ପ୍ରସଙ୍ଗରେ ବାକ୍ୟ ବାଣରେ ପ୍ରହାର । ୪ ମାସ ପରେ ସଂସଦକୁ ଆସୁ ଆସୁ ବିବାଦରେ ଛନ୍ଦି ହେଲେ ରାହୁଲ l

➡️୧୨-ଭାରତୀୟ ପ୍ରେମିକ ପାଇଁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ସୀମା ହାଇଦରଙ୍କୁ ନେଇ ୩ମାସ ପରେ ପ୍ରଥମ ସିନେମା ହେବ ରିଲିଜ l ଏ ନେଇ ସୂଚନା ଦେଲେ ଜାନି ଫାୟାରଫୋକ୍ସର ପ୍ରଡକସନ ହାଉସର ପରିଚାଳକ ନିର୍ଦ୍ଦେଶକ ଅମିତ ଜାନି l

➡️୧୩-ସରକାରୀ କର୍ମଚାରୀମାନଙ୍କ ଅବସର ବୟସ ୬୦ରୁ ୬୨ବର୍ଷକୁ ବୃଦ୍ଧି ନିମନ୍ତେ ଚାଲିଥିବା ଚର୍ଚ୍ଚା ଉପରେ ପଡିଲା ପୂର୍ଣ୍ଣଚ୍ଛେଦ l ଅବସର ବୟସ ବୃଦ୍ଧିର କୌଣସି ପ୍ରସ୍ତାବ ଏବେ ସରକାରଙ୍କ ବିଚାରାଧୀନ ନାହିଁ ବୋଲି କେନ୍ଦ୍ର ସରକାର କଲେ ସ୍ପଷ୍ଟ l

➡️୧୪-ଭାରତୀୟ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ମାଇକ୍ରୋମ୍ୟାକ୍ସ ର ବଡ଼ ପଦକ୍ଷେପ, ଇଲେକ୍ଟ୍ରିକ୍ ଯାନ (ଇଭି) ବଜାରରେ ଏଣ୍ଟ୍ରି କରିବାକୁ କରୁଛି ଯୋଜନା l

➡️୧୫-ଜଲିଲ ଅବାଜ ଜିଲାନି ପାକିସ୍ତାନର ହେବେ ପ୍ରଧାନମନ୍ତ୍ରୀ, ଶାହବାଜ ସରିଫ ଦେଇପାରନ୍ତି ପଦରୁ ଇସ୍ତଫା l

➡️୧୬-ଜେଲରେ ସଜା କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଭିଯୋଗ । କହିଲେ, ଜେଲରେ ଦିଆଯାଉଛି ନିମ୍ନମାନର ସେବା l

➡️୧୭-ୟୁରୋପରେ ବ୍ୟାପୁଛି ଇଜି.୫ କରୋନା ଭୁତାଣୁର ପ୍ରକରଣ l ଏହା ଏକ ନୂଆ ପ୍ରକରଣ ଭୁତାଣୁ । ଟିକା ଏହା ଉପରେ କେତେ ପ୍ରଭାବୀ ତାହାର ଅନୁଧ୍ୟାନ କରାଯାଉଛି ।

➡️୧୮-ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ୪-୦ରେ ହରାଇ ବିଦା କଲା ଭାରତ l

➡️୧୯-ବିଶ୍ୱକପ୍‌ ୨୦୨୩ ଲାଗି ଅଗଷ୍ଟ ୨୫ରୁ ଅନ୍‌ଲାଇନ୍‌ରେ ମିଳିବ ଟିକେଟ l ସେହିପରି ପ୍ରଶଂସକମାନେ ସେପ୍ଟେମ୍ବର ୧୫ରୁ ଅନ୍‌ଲାଇନ୍‌ରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ଟିକେଟ କିଣିବାକୁ ସକ୍ଷମ ହେବେ।

➡️୨୦-ବିଶ୍ବକପ୍ ୨୦୨୩ କ୍ରିକେଟ୍ ରେ ବଦଳିଲା ଭାରତ-ପାକିସ୍ତାନ ସମେତ ୯ଟି ମ୍ୟାଚର ତାରିଖ l ନୂଆ କାର୍ଯ୍ୟସୂଚୀରେ ଭାରତ ଓ ପାକିସ୍ତାନ ଅକ୍ଟୋବର ୧୫ ପରିବର୍ତ୍ତେ ଅକ୍ଟୋବର ୧୪ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc