ନିରପେକ୍ଷ(ଭୁବନେଶ୍ୱର) :ଏଣିକି ଆଉ ସମବାୟ ସମିତିଗୁଡିକ ଚାହିଁଲେ ବି ଆଉ ପୂର୍ବଭଳି ମନଇଚ୍ଛା ନିଜର ସ୍ଥାବର ସମ୍ପତ୍ତିକୁ ବିକ୍ରି ପରିପାରିବେ ନାହିଁ କିମ୍ବା କାହାରିକୁ ଦେଇ ପାରିବେ ନାହିଁ । ରାଜ୍ୟ ସରକାର ଏହା ଉପରେ କଟକଣା ଲଗାଇବା ସହିତ ସମବାୟ ବିଭାଗ ପକ୍ଷରୁ ଏହି ମର୍ମରେ ନୂତନ ନିର୍ଦ୍ଦେଶନାମା ଜାରି ହୋଇଛି ।
