ନିରପେକ୍ଷ ବ୍ୟୁରୋ : ଇତି ମଧ୍ୟରେ ରାଜ୍ୟରେ ଦୁର୍ବଳ ହେଲା ମୌସୁମୀ ବାୟୁ। ତେବେ ବର୍ତ୍ତମାନ ସ୍ବାଭାବିକ ଠାରୁ ଉତ୍ତର ଦିଗରେ ରହିଛି ମୌସୁମୀ ନିମ୍ନ ଚାପରେଖା । ଏହାରି ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ ବର୍ଷା ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଗରମ ଗୁଳିଗୁଳି ଅନୁଭବ ହେବ।
