Home Breaking News ଦିନ ତମାମ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ଦିନ ତମାମ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଯୋଗୁଁ ସନ୍ଧ୍ୟା ୬ ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର ସାଧାରଣ ଦର୍ଶନ l

➡️୨-ଏଣିକି ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ, ଏ ନେଇ ସବୁ ଡିଇଓଙ୍କୁ ଗଣଶିକ୍ଷା ବିଭାଗ ସଚିବ ଲେଖିଲେ ଚିଠି l ପରେ ଆଧାରକାର୍ଡ ପ୍ରସ୍ତୁତ କରି ଜମା କରିପାରିବେ ଛାତ୍ରଛାତ୍ରୀ ।

➡️୩-ବୀର ସହୀଦ ଯବାନ୍‍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେବ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ l

➡️୪-ଝାଡଖଣ୍ଡ, ତ୍ରିପୁରା, କେରଳ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ୬ରାଜ୍ୟ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ । ସେପ୍ଟେମ୍ବର ୫ରେ ପଡିବ ଭୋଟିଂ, ୮ରେ ହେବ ଗଣତି l

➡️୫-୫-ଟି ସଚିବଙ୍କ କଟକ ଗସ୍ତ: ଚୌଦ୍ୱାରରେ ଶିଳ୍ପ ପ୍ରତିଷ୍ଠା ଓ ଜିଲ୍ଲାର ସମସ୍ତ କଲେଜର ରୂପାନ୍ତରୀକରଣ ପାଇଁ ୬୦କୋଟି ଟଙ୍କାର କଲେ ଘୋଷଣା l

➡️୬-ଏଣିକି ନାରୀ ଅସଦାଚରଣ କଲେ ମିଳିବନି ସରକାରୀ ଚାକିରି, ଏ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ଘୋଷଣା l

➡️୭-ଲୋକସଭା ସଦସ୍ୟତା ଫେରି ପାଇବା ପରେ ପୁଣି ଥରେ ସରକାରୀ ବାସଭବନରେ ରହିବେ ରାହୁଲ ଗାନ୍ଧୀ । ୧୨ତୁଗଲକ ରୋଡରେ ଥିବା ଘରକୁ ଫେରିବେ ରାହୁଲ l

➡️୮-ବିଜେଡି ସରକାର ବିରୋଧରେ ଆଜିଠାରୁ ସପ୍ତାହେବ୍ୟାପୀ ଆନ୍ଦୋଳନ କରିବ ବିଜେପି l ଆଜି କ୍ରାନ୍ତିଦିବସରୁ ଏହି ଆନ୍ଦୋଳନ ଆରମ୍ଭ ହୋଇ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ ।

➡️୯-ହିଂସା ପ୍ରଭାବିତ ହରିୟାଣାର ନୁହ ଜିଲ୍ଲାରେ ଅଗଷ୍ଟ ୧୧ ପର୍ଯ୍ୟନ୍ତ ବନ୍ଦ ରହିବ ମୋବାଇଲ ଇଣ୍ଟରନେଟ୍‌, କର୍ଫ୍ୟୁରେ ହେବ କୋହଳ l

➡️୧୦-ଦକ୍ଷିଣ ଭାରତ ସିନେମା ଜଗତକୁ ଦେଲା ବଡ଼ ଝଟକା, ମଲୟାଲମ ସିନେମା ଜଗତର ପ୍ରସିଦ୍ଧ ନିର୍ଦ୍ଦେଶକ ସିଦ୍ଦିକଙ୍କ ହେଲା ଦେହାନ୍ତ। ସଲମାନଙ୍କ ‘ବଡିଗାର୍ଡ’ ଫିଲ୍ମର କରିଥିଲେ ନିର୍ଦ୍ଦେଶନା l

➡️୧୧-ଅନଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ନିଷ୍ପତ୍ତିର ପ୍ରଭାବ, MPL କରିବ ୩୫୦ କର୍ମଚାରୀଙ୍କ ଛଟେଇ l

➡️୧୨-ମଣିପୁର ହିଂସାରେ ଏବେ ସୁଦ୍ଧା ରୁଜୁ ହୋଇଛି ୬୫୦୦ FIR, ସୁପ୍ରିମକୋର୍ଟରେ ତଥ୍ୟ ରଖିଲା ପୋଲିସ l

➡️୧୩-ପୁଣିଥରେ ଭାରତ ଯୋଡୋ ଯାତ୍ରାରେ ବାହାରିବେ ରାହୁଲ ଗାନ୍ଧୀ। ଗୁଜରାଟରୁ ମେଘାଳୟ ଯାଏ କରିବେ ପଦଯାତ୍ରା l

➡️୧୪-ଆସାମ ରାଇଫଲସ୍‌ ବିରୋଧରେ ମଣିପୁର ପୋଲିସ୍‌ର ଏତଲା, ଅପରେସନରେ ହସ୍ତକ୍ଷେପ କରିଥିବା ନେଇ ଆଣିଲା ଅଭିଯୋଗ l

➡️୧୫-ମାଫିଆ ଆତିକ ଅହମ୍ମଦର ପତ୍ନୀ ଶାଇସ୍ତା ପରବୀନ ପରେ ସାର୍ପସୁଟର ଗୁଡ୍ଡୁ ମୁସଲିମକୁ ମଧ୍ୟ ପଳାତକ ହେଲା ଘୋଷଣା l ୩୦ ଦିନ ମଧ୍ୟରେ ଆତ୍ମସମର୍ପଣ ନ କଲେ ଘର ହେବ ବ୍ୟାଜ୍ୟାପ୍ତି l

➡️୧୬-ପୁଣି ବଢ଼ିଲା ଇମରାନ ଖାନ୍‌ଙ୍କ ଅଡ଼ୁଆ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାରୁ ଅଯୋଗ୍ୟ ହେଲା ଘୋଷଣା ।

➡️୧୭-ମଣିପୁରରେ ଆଜି ହେବାକୁ ଥିବା ନାଗା ସମୁଦାୟର ରାଲି ପୂର୍ବରୁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ହେଲା କଡ଼ାକଡ଼ି l

➡️୧୮-୩ୟ ଟି-୨୦ : ଗର୍ଜିଲା ସୂର୍ଯ୍ୟଙ୍କ ବ୍ୟାଟ୍, ଓ୍ଵେଷ୍ଟଇଣ୍ଡିଜକୁ ୭ ଓ୍ଵିକେଟ୍‌ରେ ହରାଇ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କଲା ଭାରତ l

➡️୧୯-ଟି-୨୦ରେ ଇତିହାସ ରଚିଲେ କୁଲଦୀପ ଯାଦବ l ନିଜର ୪ ଓଭର ବୋଲିଂରେ ୨୮ ରନ ଦେଇ ୩ଟି ଗୁରୁତ୍ଵପୂର୍ଣ୍ଣ ଓ୍ଵିକେଟ୍ ନେଇଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୫୦ ଓ୍ଵିକେଟ୍ ପୂରଣ କରି ରଚିଲେ ଇତିହାସ l

➡️୨୦-ବିଶ୍ୱକପ ପାଇଁ ସମ୍ଭାବ୍ୟ ୧୯ ଜଣିଆ ଟିମ୍‌ ଇଣ୍ଡିଆ ନେଇ ପ୍ରସ୍ତୁତି ଆରମ୍ଭ, ୪ ଖେଳାଳି ବାହାର ହେବା ଆଶଙ୍କା l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc