ନିରପେକ୍ଷ(ଭୁବନେଶ୍ୱର) ୦୮/୦୮:ଗତ ଦୁଇଦିନ ହେବ ଚର୍ଚ୍ଚା ରେ ଶୁଭଲକ୍ଷ୍ମୀ ମୃତ୍ୟୁ ।ତେବେ ଶୁଭଲକ୍ଷ୍ମୀ ସୁଇସାଇଡ଼ ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରେ ଶୁଭଲକ୍ଷ୍ମୀ ନିଶା ସେବନ କରିଥିବା ସ୍ପଷ୍ଟ ହୋଇଛି । ଶୁଭଲକ୍ଷ୍ମୀ ମୃତ୍ୟୁର ୪ ରୁ ୬ ଘଣ୍ଟା ପୂର୍ବରୁ ନିଶା ସେବନ କରିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ କିଏ ଓ କାହିଁକି ଶୁଭଲକ୍ଷ୍ମୀଙ୍କୁ ନିଶା ଦେଇଥିଲା ସେନେଇ ତଦନ୍ତ ଚାଲିଛି ।
