ନିରପେକ୍ଷ ବ୍ୟୁରୋ(ମଣିପୁର) : ମଣିପୁର ହିଂସା କୁ ନେଇ ସମଗ୍ର ଭାରତ ସ୍ତବ୍ଦ ।ତେବେ ମଣିପୁର ହିଂସା ମାମଲାରେ ସୋମବାର ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ ଏବଂ ଦେଇଛନ୍ତି ଗୁରୁତ୍ୱ ପୂର୍ଣ୍ଣ ରାୟ । ଶୁଣାଣୀ ସମୟରେ କେନ୍ଦ୍ର ସରକାର କୋର୍ଟରେ ନିଜର ପକ୍ଷ ରଖିଛନ୍ତି । ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଛନ୍ତି ମାମଲାରେ ୬ହଜାର ୫ଶହ ଏଫଆଇର ରୁଜୁ ହୋଇଛି । କେନ୍ଦ୍ର ସରକାର ବେଶ ଗମ୍ଭୀରତାର ସହ ମଣିପୁର ହିଂସା ମାମଲାକୁ ଗ୍ରହଣ କରି ଆବଶ୍ୟକ ମୁତାବକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ହିଂସା ପ୍ରଭାବିତ ୬ଜିଲ୍ଲା ପାଇଁ ଏସଆଇଟି ଟିମ ଗଠନ କରାଯିବ । ଏହି ଟିମକୁ ରାଜ୍ୟ ପୁଲିସର ବରିଷ୍ଠ ଅଧୀକାରୀ ନୀରିକ୍ଷଣ କରିବେ । ମହିଳା ସମ୍ବନ୍ଧିତ ମାମଲାରେ ତଦନ୍ତ ପାଇଁ ସ୍ୱତନ୍ତ୍ର ଏସଆଇଟି ଟିମ ଗଠନ କରାଯାଇଛି । ଏଥିସହ ଆଟର୍ଣ୍ଣି ଜେନରାଲ କହିଛନ୍ତି କି ରାଜ୍ୟର ସ୍ଥିତି ବେଶ ଗମ୍ଭୀର ରହିଛି ।
