Home Breaking News ନଜର ପକାନ୍ତୁ ସକାଳର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ସକାଳର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-ବଢିଲା ମଧୁବାବୁ ପେନସନ୍ ଯୋଜନା ପରିସର l ଯୋଜନାରେ ସାମିଲ ହେଲେ ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀ l ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ ଅଗଷ୍ଟ ୧୫ ତାରିଖ ଜନସେବା ଦିବସରେ ପାଇବେ।

➡️୨-ପ୍ରକାଶ ପାଇଲା ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ l ମୋଟ ପରୀକ୍ଷା ଦେଇଥିବା ୧୩୧୦ ଜଣଙ୍କ ମଧ୍ୟରୁ ୪୩୩ ଜଣ ହେଲେ କୃତକାର୍ଯ୍ୟ l

➡️୩-ଖୁବ୍‌ଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ। ଉତ୍‌କେଲାରୁ ବିମାନ ଉଡ଼ିବା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡଜିସିଏ) କଲେ ଅନୁମତି ପ୍ରଦାନ l

➡️୪-ବାଲେଶ୍ବରର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ହେବ ରୂପାନ୍ତର, ୧୫ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ l

➡️୫-ମଣିପୁର ହିଂସା ପାଇଁ ୩ ଜଣିଆ ବିଚାର ବିଭାଗୀୟ କମିଟି ଗଠନ, ତଦନ୍ତ କରିବ ୪୨ SIT ଟିମ୍

➡️୬-ଏବେ ରେଳରେ ଯାତ୍ରା କରିବେ ବିଦେଶ , ୨୦୨୬ ସୁଦ୍ଧା ଭୂଟାନ ଦେଶ ସହ ସଂଯୋଗ ହେବ ରେଳଲାଇନ୍ l ଏହି ରେଳ ଲାଇନ୍ ଭୁଟାନର ଗେଲେଫୁ ଓ ଭାରତର ଆସାମର କୋକ୍ରାଝରକୁ ସଂଯୋଗ କରିବ ।

➡️୭-ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା l

➡️୮-ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ କରିବେ ଆଲୋଚନା । ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଆଲୋଚନା।

➡️୯-ଭାରତୀୟ ବଂଶୋଦ୍ଭବ ବୈଭବ ତନେଜା ଟେସଲାର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍‌ଓ) ଭାବରେ ହେଲେ ନିଯୁକ୍ତ l

➡️୧୦-‘ପଠାନ୍‌’ର ରେକର୍ଡ ଭାଙ୍ଗିପାରେ ’ଗଦର-୨’: ହୋଇ ସାରିଲାରି ୪ କୋଟି ଟଙ୍କାର ଅଗ୍ରିମ ଟିକେଟ୍‌ ବିକ୍ରି l ଫିଲ୍ମ ଟି ଅଗଷ୍ଟ ୧୧ରେ ଭାରତୀୟ ବକ୍ସ ଅଫିସ୍‌ରେ ଓଏମ୍‌ଜି-୨ ସହ ଏକାଦିନରେ ମୁକ୍ତିଲାଭ କରିବ l

➡️୧୧-ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର l ସେ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।

➡️୧୨-ଭାରତ-ଚୀନ ସୀମାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ବିଶୋଇ ଥାନା ଅନ୍ତର୍ଗତ ବନେଇକଳା ଗ୍ରାମ ପଞ୍ଚାୟତର ଗୁଣ୍ଡୁରିଆ ଗ୍ରାମର କାର୍ଯ୍ୟରତ ଆଇଟିବିପି ଯବାନ ରାଜୀବ ନାଏକଙ୍କ ହୃଦଘାତରେ ହେଲା ମୃତ୍ୟୁ ।

➡️୧୩-୩୧ ସପ୍ତାହ କଠିନ ପ୍ରଶିକ୍ଷଣ ସମାପ୍ତ କରିବା ପରେ ପ୍ରସ୍ତୁତ ହେଲା ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ l ଅଗ୍ନିବୀର ଜାନୁୟାରୀ ୧ ତାରିଖ ୨୦୨୩ରେ ସେମାନଙ୍କର ପ୍ରଶିକ୍ଷଣ ଆରମ୍ଭ କରିଥିଲେ।

➡️୧୪-୪ମାସ ପରେ ସଂସଦକୁ ଫେରିଲେ ରାହୁଲ, ପାଛୋଟି ନେଲେ ବିରୋଧୀ ମେଂଟର ସାଂସଦ, କଂଗ୍ରେସ ଶିବିର ହେଲା ଉତ୍ସାହିତ l

➡️୧୫-ଦିଲ୍ଲୀ ବିଲ୍‌ ପ୍ରସଙ୍ଗରେ କଂଗ୍ରେସର ସମର୍ଥନ ପାଇଥିବା ନେଇ ଆପ୍‌ କଲା ବଡ଼ ଘୋଷଣା l ଗୁଜରାଟରେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ଏକାଠି ଆପ୍‌ ଓ କଂଗ୍ରେସ l

➡️୧୬-ବ୍ରିଟେନରେ ବ୍ୟାପୁଛି କୋଭିଡର ନୂଆ ଭାରିଆଣ୍ଟ ‘ଏରିସ୍’, ଏସିଆରେ ବି ସଂକ୍ରମଣ ବଢିବା ନେଇ ହେଲା ଆଶଙ୍କା l

➡️୧୭-କମ୍ବୋଡିଆର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ହୁନ ମାନେଟ l ମଞ୍ଜୁରୀ ଦେଲେ ରାଜା ନୋରୋଡମ ସିହମୋଣି l

➡️୧୮-ଯୁଦ୍ଧପୋତ ସହ ଲାଲ୍ ସାଗରରେ ପହଞ୍ଚିଲେ ୩୦୦୦ ଆମେରିକୀୟ ନୌସୈନିକ, ସେପଟେ ଇରାନ ମଧ୍ୟ ଜବାବ ଦେବାକୁ ପ୍ରସ୍ତୁତ l

➡️୧୯-ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍‌ ବିଶ୍ୱକପରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ୟୁରୋ କପ୍‌ ଚାମ୍ପିୟନ୍‌ ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ।

➡️୨୦-ବିଶ୍ଵକପ୍ ପୂର୍ବରୁ ପିସିବିର ବଡ଼ ନିଷ୍ପତ୍ତି, ଇଞ୍ଜାମାମା ଉଲ ହକ୍‌ ହେଲେ ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc