ନିରପେକ୍ଷ(ବଲାଙ୍ଗୀର) :ବିକାଶ ପାଇଁ ଆଉ ପାଦେ ଆଗରେ । ଜିଲ୍ଲା ଜିଲ୍ଲା ବୁଲୁଛନ୍ତି ବିକାଶ ସମୀକ୍ଷା କରୁଛନ୍ତି ସଚିବ। ତୃଣମୂଳସ୍ତରରେ ବିକାଶର ନନଷ୍ଟପ୍ ସମୀକ୍ଷା । ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ବଲାଙ୍ଗୀର ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ରୂପାନ୍ତରଣ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଭବ୍ୟ ମନ୍ଦିର ନିର୍ମାଣ କରାଯିବ ।

ଜିଲ୍ଲା ମନ୍ଦିରର ପ୍ଲାନ କରି ପଠାଇବେ ବୋଲି କହିଛନ୍ତି 5T ସଚିବ । ମନ୍ଦିରର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଲୋକଙ୍କୁ ଭେଟିବା ସହ ଅଭିଯୋଗ ପତ୍ର ଗ୍ରହଣ କରୁଛନ୍ତି । ସିଏମ୍ଓ ଲୋକଙ୍କ ପାଖରେ ପହଞ୍ଚିଥିବାରୁ 5T ସଚିବଙ୍କୁ ନିଜର ଦାବି ପତ୍ର ପ୍ରଦାନ କରୁଛନ୍ତି ଲୋକେ ।
