ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷା ର ଅନ୍ତ ଘଟିଛି । ସଂସଦକୁ ଫେରିବେ ରାହୁଲ ଗାନ୍ଧୀ । ଫେରିଲା ସାଂସଦ ପଦ । ରାହୁଲ ଗାନ୍ଧୀଙ୍କ ସଦସ୍ୟତା କାଏମ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇ ବର୍ଷ ଜେଲ ଦଣ୍ଡ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିବା ପରେ ପୁଣି ଥରେ ଲୋକସଭା ସାଂସଦ ପଦ ଫେରିପାଇଛନ୍ତି ରାହୁଲ । ଦିଲ୍ଲୀ ସ୍ଥିତ କଂଗ୍ରେସ ହେଡକ୍ବାର୍ଟର ବାହାରେ ସମର୍ଥକ ବାଜା ବଜାଇ ସେଲିବ୍ରେସନ କରିଥିବା ବେଳେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି କଂଗ୍ରେସ ନେତା ।
