Home Breaking News ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ପ୍ରଗତି ମୈଦାନ ଭାରତ ମଣ୍ଡପମ୍ ରେ ଜାତୀୟ ହସ୍ତତନ୍ତ ଦିବସ ମୁଖ୍ୟ ଉତ୍ସବରେ ଯୋଗଦେବେ।

➡️୨-ଅମୃତ ଭାରତ ଷ୍ଟେସନ ଯୋଜନାରେ ସାକ୍ଷୀଗୋପାଳ ରେଳ ଷ୍ଟେସନର ପୁନର୍ବିକାଶ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭିଡିଓ କନଫରେନସିଙ୍ଗ ଜରିଆରେ ହେଲା ଭିତ୍ତି ପ୍ରସ୍ତର ସ୍ଥାପନ l

➡️୩-ଗଣେଶ ପୂଜାରେ ୪ ଫୁଟ୍‌ର ଅଧିକ ଉଚ୍ଚତାର ପ୍ରତିମୂର୍ତ୍ତୀକୁ ବିଏମ୍‌ସି ମନା କରିବାରୁ ଅସନ୍ତୋଷ ପ୍ରକାଶ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ କମିଶନରଙ୍କୁ ହେଲା ଚିଠି l

➡️୪-ଭାରତୀୟ ରେଳ ଷ୍ଟେସନ ପାଲଟିବ ଅମୃତ ଭାରତ ଷ୍ଟେସନ । ଓଡ଼ିଶାର ୨୫ ଷ୍ଟେସନ ସମେତ ସାରା ଦେଶରେ ୫୦୮ ରେଳ ଷ୍ଟେସନର ପୁନର୍ବିକାଶ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖର୍ଚ୍ଚ ହେବ ପ୍ରାୟ ୨୫ ହଜାର କୋଟି ଟଙ୍କା l

➡️୫-ଆସନ୍ତା ୨୧ ତାରିଖରୁ ଚଳିତ ଶିକ୍ଷାବର୍ଷର ସ୍ନାତକ ଛାତ୍ରଛାତ୍ରୀଙ୍କର ପାଠପଢ଼ା ହେବ ଆରମ୍ଭ l ସେହିପରି ଆସନ୍ତା ୧୨ ତାରିଖରେ ଯୁକ୍ତ ୩ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ।

➡️୬-ପ୍ରାଣିଉଦ୍ୟାନ ନନ୍ଦନକାନନରେ ୬୫ନଂ ଏନକ୍ଲୋଜରରେ ଥିବା ଏକ ମାଇନିଳଗାଇର ହେଲା ମୃତ୍ୟୁ l ନୀଳଗାଇଟିର ମୃତ୍ୟୁପରେ ଉକ୍ତ ଏନକ୍ଲୋଜରରେ ନୀଳଗାଇସଂଖ୍ୟା ହ୍ରାସପାଇ ୬ରେ ପହଁଚିଲା।

➡️୭-ଚନ୍ଦ୍ର କକ୍ଷପଥରେ ପହଞ୍ଚି ପ୍ରଥମ ଭିଜୁଆଲ ପଠାଇଲା ଚନ୍ଦ୍ରଯାନ୍‌-୩ l ଭିଡିଓରେ ଦେଖାଯାଇଛି ଯେ ଚନ୍ଦ୍ରରେ ନୀଳ ସବୁଜ ରଙ୍ଗର ଅନେକ ଗର୍ତ୍ତ ରହିଛି।

➡️୮-ଫିରିଙ୍ଗିଆ ଲଙ୍କାକାଣ୍ଡ ପରେ ସ୍ତବ୍ଧ ସାରା ରାଜ୍ୟ । ସନ୍ଦେହ ଘେରରେ କନ୍ଧମାଳ ପୋଲିସ । ୩୦ ଅଭିଯୁକ୍ତଙ୍କ ବିରୋଧରେ ହେଲା ମାମଲା ରୁଜୁ, ଆଇଆଇସିଙ୍କୁ ବଦଳି ।

➡️୯-ଆଉ କିଛି ଦିନ ପରେ ଲୋକମାନେ ମୋବାଇଲ୍‌ର ନିଜ ମନ ପସନ୍ଦର ଟିଭି ଧାରାବାହିକ, ସିନେମା, ଖେଳ ଆଦି ଦେଖିବାର ମଜା ନେଇପାରିବେ l ସିଧା ମୋବାଇଲ୍‌ରେ ପହଞ୍ଚିବ ଟିଭି: ଇଣ୍ଟରନେଟ୍‌ ଦରକାର ନାହିଁ ଡିଟିଏଚ୍‌ ଭଳି କାମ କରିବ l

➡️୧୦-ଅଗ୍ରୀମ ବୁକିଂରେ ସମସ୍ତ ରେକର୍ଡ ଭାଙ୍ଗିଲା ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦ୍ଦର-୨’ l ଏବେ ସୁଦ୍ଧା ମଲ୍ଟିପ୍ଲେକ୍ସ ଗୁଡିକରେ ୩୦,୦୫୦ ଟିକେଟ୍ ବିକ୍ରି ସରିଛି ।

➡️୧୧-ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହାର ପ୍ରଭାବରେ ୯ଟି ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ହେଲା ଜାରି ।

➡️୧୨-ଅଲିଗଡର ଏକ ବୟସ୍କ ଦମ୍ପତି ନିଜ ସାମର୍ଥ୍ୟ ମୁତାବକ ଟଙ୍କା ଖର୍ଚ୍ଚ କରି ରାମମନ୍ଦିର ପାଇଁ ତିଆରି କଲେ ୪୦୦କିଲୋ ଓଜନର ତାଲା ଓ ୪ଫୁଟର ଚାବି l

➡️୧୩-କେନ୍ଦ୍ର ଗୃହମନ୍ତ୍ରୀ, ନବୀନ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ପରେ ବଢ଼ିଲା ଦ୍ୱନ୍ଦ୍ୱ । କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବେ, ଆଶଙ୍କାରେ ବିଜେପି ନେତା ଓ କର୍ମୀ l

➡️୧୪-ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସର୍ଭିସ୍ ବିଲ୍; ଆପ୍-କଂଗ୍ରେସ ଜାରି କଲେ ହ୍ୱିପ୍ l

➡️୧୫-ସଂକ୍ରମଣର ବର୍ଷକ ପରେ ମଧ୍ୟ ମସ୍ତିଷ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ କୋଭିଡ୍, ଅଧ୍ୟୟନ ରୁ ଆସିଲା ବଡ଼ ଖୁଲାସା l

➡️୧୬-ଆସନ୍ତା ଅଢେଇ ବର୍ଷରେ ସବୁ ଗାଁରେ ପହଞ୍ଚିବ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ! ମାସିକ ପ୍ଲାନ୍ ୩୯୯ ଟଙ୍କାରୁ ଆରମ୍ଭ l ୬.୪ ଲକ୍ଷ ଗାଁକୁ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ସହ ଯୋଡିବା ପାଇଁ ୧.୩୯ ଲକ୍ଷ କୋଟି ଟଙ୍କାର ବ୍ୟୟକୁ ମିଳିଲା ମଞ୍ଜୁରୀ l

➡️୧୭-ଭାରତ ସହ ଥିବା ସମ୍ପର୍କକୁ ଅନ୍ୟ କୌଣସି ଦ୍ୱିପାଖିକ ସମ୍ପର୍କ ସହ ତୁଳନା କରାଯାଇ ପାରିବ ନାହିଁ ବୋଲି ବାଂଲାଦେଶର ମନ୍ତ୍ରୀ ହସନ ମହମୁଦ ଦେଲେ ସୂଚନା l

➡️୧୮-୨ୟ ଟି-୨୦: ରୋମାଞ୍ଚକ ମ୍ୟାଚ୍‌ରେ ବାଜି ମାରିଲା ଓ୍ଵେଷ୍ଟଇଣ୍ଡିଜ, ଭାରତର ଲଗାତାର ଦ୍ଵିତୀୟ ପରାଜୟ l

➡️୧୯-ବିଶ୍ଵକପ୍ ୨୦୨୩ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଟିମ୍, ମଞ୍ଜୁରୀ ଦେଲେ ସରକାର l

➡️୨୦-ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମାଲେସିଆକୁ ଗାଦିଚ୍ୟୁତ କଲା ଆୟୋଜକ ଭାରତ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc