ନିରପେକ୍ଷ (ଇସଲାମାବାଦ)୬।୮ : ପାକିସ୍ତାନରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାୱଲପିଣ୍ଡିରୁ ଚାଲୁଥିବା ହଜାରା ଏକ୍ସପ୍ରେସର ଦଶଟି କୋଚ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ଜଣଙ୍କର ମୃତ୍ୟୁ ହୋଇଛି। ପାଖାପାଖି ୫୦ ଜଣ ଆହତ ହୋଇଥିବା ଖବର ରହିଛି।
