ନିରପେକ୍ଷ(ହିନ୍ଦୋଳ) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ବାଘୁଆ ସାହିରେ ଏକ ଅଭାବନିୟ ଘଟଣାକ୍ରମେ ଦୁଆରି ସାମଲଙ୍କ ପୁଅ ପ୍ରତାପ ସାମଲ ବୟସ (୪୨ )ଏକ ନାଟକିୟ ଢଙ୍ଗରେ କାଳଯମ ସାଜି ନିଜ ଧର୍ମପତ୍ନୀ ମିନତି ସାମଲ ବୟସ (୩୮ ) ଙ୍କୁ ପିଟି ପିଟି ଜୀବନରେ ମାରିଦେଇଥିବା ନେଇ ବାଲିମିଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଘଟଣା ସୂତ୍ର ରୁ ପ୍ରକାଶ କି ବୈବାହିକ ଜୀବନପରେ ପ୍ରତାପ ଅନେକ ଥର ମଦ ନିଶାରେ ନିଜ ସ୍ତ୍ରୀ ମିନତିଙ୍କୁ ବାଡିଆ ପିଟା କରିବାରୁ ସେ ନିଜ ବାପ ଘରକୁ ଯାଇ ପୁଣି ଫେରିଥାନ୍ତି ।
