ନିରପେକ୍ଷ ବ୍ୟୁରୋ : ଚନ୍ଦ୍ର କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହେବା ପରେ ଆଜି ଚନ୍ଦ୍ରୟାନ-୩ର ପ୍ରଥମ କକ୍ଷ ହ୍ରାସ ରହିଛି । ଆଜି ରାତି ୧୧ଟାରେ ଚନ୍ଦ୍ରୟାନ-୩ର କକ୍ଷ ହ୍ରାସ ବା ଗତିପଥ ସଂକୁଚିତ କରାଯିବ ବୋଲି ସୂଚନା ଦିଆଯାଇଛି । ଗତକାଲି ଥିଲା ଚନ୍ଦ୍ରୟାନ ପାଇଁ ଏକ ବଡ଼ ପରୀକ୍ଷାର ଦିନ । ତେବେ ସନ୍ଧ୍ୟା ୭ଟା ୧୫ ବେଳେ ଏହାକୁ ଚନ୍ଦ୍ରର ଗୁରୁତ୍ୱାକର୍ଷଣ ବଳୟରେ ପ୍ରବେଶ କରାଇବାରେ ସଫଳ ହୋଇଥିଲା ଇସ୍ରୋ ।
