Home news ୨୪ ହଜାର କୋଟି , ୫௦୮ ରେଳ ଷ୍ଟେସନକୁ କରାଯିବ ନବୀକରଣ

୨୪ ହଜାର କୋଟି , ୫௦୮ ରେଳ ଷ୍ଟେସନକୁ କରାଯିବ ନବୀକରଣ

by Admin
0 comment

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ଆଧୁନିକ ଟ୍ରେନର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ, ସମସ୍ତଙ୍କ ପାଇଁ ଟ୍ରେନ୍ ଯାତ୍ରାକୁ ସୁବିଧାଜନକ ଏବଂ ଉପଭୋଗ୍ୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଟ୍ରେନ୍ ଠାରୁ ଷ୍ଟେସନ ପର୍ଯ୍ୟନ୍ତ ଅଭିଜ୍ଞତାକୁ ଉନ୍ନତ କରିବାକୁ ଏକ ପ୍ରୟାସ ଅଛି |

ଆଜି ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଏହି ସବୁ ଷ୍ଟେସନର ପୁନର୍ବିକାଶ ହେବ । ଦିନ ୧୧ଟାରେ ଭିଡିଓ କନଫରେନ୍ସିଂ ଯୋଗେ ମୋଦି ଆଜି ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୨୫ଟି ଷ୍ଟେସନର ମଧ୍ୟ ପୁନର୍ବିକାଶ ହେବାର ଯୋଜନା ରହିଛି ।

ସେଗୁଡ଼ିକ ହେଲା ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୁଳ, ମେରାମଣ୍ଡଳୀ, ବାଲୁଗାଁ, ଲିଙ୍ଗରାଜ ଟେମ୍ପୁଲ ରୋଡ୍, ତାଳଚେର ରୋଡ୍, ଖୋର୍ଦ୍ଧା ରୋଡ୍, କଣ୍ଟାବାଞ୍ଜି, ବରଗଡ଼ ରୋଡ୍, ହୀରାକୁଦ, ରେଢ଼ାଖୋଲ, ବରପାଲି, ମୁନିଗୁଡ଼ା, ବଲାଙ୍ଗିର, ହରିଶଙ୍କର ରୋଡ୍, ଭବାନୀପାଟଣା, ଖରିଆର ରୋଡ୍, ଦାମନଯୋଡ଼ି, ବଡ଼ବିଲ, ରାଜଗାଙ୍ଗପୁର, ବାରିପଦା ଓ ଜଳେଶ୍ୱର

ଏହି ୨୫ଟି ଷ୍ଟେସନ ପାଇଁ ୫୩୧.୮ କୋଟି ବ୍ୟୟବରାଦ ହୋଇଛି ଏବଂ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ପୁନର୍ବିକାଶ କାମ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି । ଏହି ପ୍ରକଳ୍ପର ମାଷ୍ଟରପ୍ଲାନିଂ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିଛନ୍ତି ଯେ, ଆଜି ୬ ଅଗଷ୍ଟ ରେଳ କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ଦିବସ ହେବାକୁ ଯାଉଛି । ଐତିହାସିକ ଅମୃତ ଭାରତ ଷ୍ଟେସନ ସ୍କିମ ଅନ୍ତର୍ଗତ ୨୫ ହଜାର କୋଟି ଟଙ୍କା ବ୍ୟୟରେ ହେବାକୁ ଯାଉଥିବା ଷ୍ଟେସନଗୁଡ଼ିକର ପୁନର୍ବିକାଶ ରେଳ ଭିତ୍ତିଭୂମି କ୍ଷେତ୍ରରେ କ୍ରାନ୍ତି ଆଣିବ।

ଏହା ଲୋକଙ୍କ ଜୀବନକୁ ସହଜ କରିବ ଏବଂ ଆରାମ ଓ ସୁବିଧା ବୃଦ୍ଧି କରିବ । ରେଳ ଷ୍ଟେସନ ଗୁଡ଼ିକ ଯେପରି ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥପତି ସହ ଖାପଖାଇବ, ସେଥିପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc