Home Breaking News ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ଥରେ ନଜର ପକାନ୍ତୁ

ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ଥରେ ନଜର ପକାନ୍ତୁ

by Admin
0 comment

୧-ଆଜି ଓଡ଼ିଶାର ୨୫ଟି ରେଳ ଷ୍ଟେସନ୍‌‌ ସମେତ ଦେଶର ୫୦୮ଟି ଷ୍ଟେସନ୍‌‌ର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୨-ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ଶ୍ରେଣୀ(ଏକାଦଶ)ରେ ମୋଟ ୧ଲକ୍ଷ ୩୧ହଜାର ୬୦୩ଟି ସିଟ୍ ଖାଲି ପଡିଲା l

➡️୩-ଜହ୍ନ ଆଉ ବେଶୀ ଦୂର ନୁହେଁ, ଚନ୍ଦ୍ରର କକ୍ଷପଥରେ ପହଂଚିଲା ଚନ୍ଦ୍ରଯାନ-୩, ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଟରେ କରିବ ଅବତରଣ l ଆଜି ପୁଣି ବଦଳାଇବ କକ୍ଷ l

➡️୪-ପାସପୋର୍ଟ ଆବେଦନ ପାଇଁ ଆସିଲା ନୂଆ ନିୟମ l ଏଣିକି ନୂଆ ପାସପୋର୍ଟ ପାଇଁ ଆବେଦନ କରିବାକୁ ହେଲେ ଯାତ୍ରୀଙ୍କୁ ଡିଜିଲକର ବ୍ୟବହାର କରି ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡିବ ।

➡️୫-ରାଜ୍ୟରେ ୧୩୮ଜଣ ଇନ୍‌ସପେକ୍ଟରଙ୍କ ହେଲା ବଦଳି l ଏ ନେଇ ରାଜ୍ୟ ପୋଲିସ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି l

➡️୬-ଆସନ୍ତା ୮ତାରିଖ ଦିନ ୫-ଟି ସଚିବଙ୍କ ଚୌଦ୍ୱାର ଆଗମନ ଓ ଜନ ଶୁଣାଣୀ କାର୍ଯ୍ୟକ୍ରମକୁ ନେଇ ପ୍ରଶାସନିକସ୍ତରରେ ହେଲା ପ୍ରସ୍ତୁତି ଆରମ୍ଭ l

➡️୭-ବନ୍ଧୁତ୍ବ ଦେଖିଲା ସାରା ଓଡ଼ିଶା l ପରସ୍ପରକୁ ପ୍ରଶଂସା କଲେ ଅମିତ ଶାହ, ନବୀନ l ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ନକ୍ସଲ ଦମନ ଯାଏ ସବୁ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ଶାହ ଖୋଲାଖୋଲି ଭାବେ କଲେ ପ୍ରଶଂସା l

➡️୮-ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବଢ଼ିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ଚିନ୍ତା ବଢ଼ାଇଲା ଖୋର୍ଦ୍ଧା ଜିଲ୍ଲା ।

➡️୯-ରାଜ୍ୟରେ ବନ୍ୟା ସ୍ଥିତିରେ ଆସିଛି ସୁଧାର। । ଆଉ ବନ୍ୟା ସ୍ଥିତି ନଥିବା ବୋଲି କହିଲେ ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ । ହେଲେ ହୀରାକୁଦ ଜଳଭଣ୍ଡାରରେ କିନ୍ତୁ ବଢୁଛି ଜଳସ୍ତର ।

➡️୧୦-୮୩ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଆମେରିକାର ଲୋକପ୍ରିୟ ଟେଲିଭିଜନ ସୋ’ ‘ବ୍ରେକିଙ୍ଗ ବ୍ୟାଡ’ ଏବଂ ‘ବେଟର୍‌ କଲ ଶାଉଲ’ରେ ଅଭିନୟ କରିଥିବା ଅଭିନେତା ମାର୍କ ମାଙ୍ଗୋଲିସଙ୍କ l

➡️୧୧-କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାଧିକାରୀଙ୍କ ନିଲମ୍ବନ ଏବଂ ଗିରଫ ଦାବିରେ ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକ l ଏସ୍‌ଡିପିଓ, ତହସିଲଦାରଙ୍କୁ ଗୋଡେଇ ଗୋଡେଇ ପିଟିଲେ l

➡️୧୨-ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୭ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ l

➡️୧୩-ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହେଲେ ଦୋଷୀ । ହେଲା ୩ବର୍ଷର ସଜା, ୫ବର୍ଷ ପର୍ଯ୍ୟନ୍ତ ଲଢିପାରିବେନି ନିର୍ବାଚନ l

➡️୧୪-ଓଡ଼ିଶା ଗସ୍ତରେ ଥିବା ଗୃହମନ୍ତ୍ରୀ ଅମୀତ ଶାହାଙ୍କୁ ଛାତ୍ର କଂଗ୍ରେସର ବିରୋଧ l ଭୁବନେଶ୍ୱର ମେ ଫେୟାର ଛକ ଠାରେ ପ୍ଲା କାର୍ଡ଼, କଳା ପତାକା ପ୍ରଦର୍ଶନ ଓ କଳା ବେଲୁନ୍ ଉଡ଼ାଇ କଲେ ପ୍ରତିବାଦ l

➡️୧୫-ଦିଲ୍ଲୀ ଏନସିଆରରୁ କାଶ୍ମୀର ପର୍ଯ୍ୟନ୍ତ ଭୂକମ୍ପର ତୀବ୍ର ଝଟକା ଅନୁଭୂତ, ଆଫଗାନିସ୍ତାନର ହିନ୍ଦୁକୁଶ ଭୂକମ୍ପର କେନ୍ଦ୍ର ସ୍ଥଳ l ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ l

➡️୧୬-ଆନ୍ଧ୍ରପ୍ରଦେଶ ଚିତୁରରେ ତେଲଗୁଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାୟଡୁଙ୍କ ରାଲିରେ ଟେକାପଥରମାଡ ଓ ଜଳାପୋଡା ଅଭିଯୋଗରେ ୫୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ l

➡️୧୭-ଜୀବନ ରକ୍ଷାକାରୀ ଔଷଧ ପାଇଁ ଚୀନ ଉପରେ ଭାରତ ଅତ୍ୟଧିକ ନିର୍ଭରଶୀଳ: ମୋଟ ଫାର୍ମା ଆମଦାନିର ୪୩% ଚୀନରୁ ଆସୁଛି l

➡️୧୮-ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ଆଜି ଖେଳାଯିବ।

➡️୧୯-ଭାରତର ଷ୍ଟାର ଶଟଲର ଏଚଏସ୍‌ ପ୍ରଣୟ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓପନ ଫାଇନାଲରେ କଲେ ପ୍ରବେଶ l ସେ ଫାଇନାଲରେ ବିଶ୍ୱର ୨୪ ନମ୍ବର ଖେଳାଳି ୱେଙ୍ଗ ହୋଙ୍ଗୟାଙ୍ଗଙ୍କୁ ଭେଟିବେ।

➡️୨୦-ବର୍ଲିନ : ବିଶ୍ବ ତୀରନ୍ଦାଜିରେ ଇତିହାସ ରଚିଲା ଭାରତ l ଉଭୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତରୁ ଭାରତକୁ ୨ ସ୍ବର୍ଣ୍ଣ ସହ ମିଳିଲା ଗୋଟିଏ କାଂସ୍ୟ ପଦକ l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc